ପୂର୍ବତନ ହରଭଙ୍ଗା ବି. ଇ. ଓ. ସନାତନ ଗାଆଣଙ୍କ ପରଲୋକ

0 1,793

hiring

ବୌଦ୍ଧ,୩୦/୩ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଗାଆଣଙ୍କ ଆଜି ଅପରାନ୍ହ ପ୍ରାୟ ଘ.3.10 ମିନିଟ ସମୟରେ ନିଜ ଗ୍ରାମ ଢେଙ୍କାନାଳ ଜିଲ୍ଲା ଖଳପାଳରେ ହୃଦଘାତରେ ପରଲୋକ ଗମନ କରିଥିବା ଜଣାପଡିଛି l ସେ ପ୍ରାୟ 4 ବର୍ଷ ଧରି ହରଭଙ୍ଗା ବି.ଇ.ଓ. ଭାବେ କାର୍ଯ୍ୟ କରିବା ପରେ ଗତ 2020 ମସିହା ଫେବ୍ରୁଆରୀ ମାସରେ ଅବସର ଗ୍ରହଣ କରିଥିଲେ | ସେ ତାଙ୍କର ଶିକ୍ଷକତା ବୃତ୍ତି ନିଜ ଗ୍ରାମ ନିକଟରେ ଥିବା ତଳମୂଳ ହାଇସ୍କୁଲରୁ ଆରମ୍ଭ କରିଥିଲେ | ସେ କିଛି ବର୍ଷ ବାଲେଶ୍ବର ଜିଲ୍ଲାରେ ମଧ୍ୟ କାର୍ଯ୍ୟ କରିଛନ୍ତି | ସେ ଜଣେ ସୁ ସାହିତ୍ୟିକ ଓ ବାଗ୍ମି ଥିଲେ l ଅତି ଭଦ୍ର ଓ ନମ୍ର ବ୍ୟବହାର ଯୋଗୁଁ ସେ କେବଳ ହରଭଙ୍ଗା ବ୍ଲକ ନୁହେଁ ସାରା ବୌଦ୍ଧ ଜିଲ୍ଲାର ଶିକ୍ଷକ ମହଲରେ ପରିଚିତ ଥିଲେ l ତାଂକର 2 ପୁଅ ଓ ଦୁଇ ଝିଅ ଓ ସମସ୍ତେ ବିବାହିତ l ତାଂକର ମା ମଧ୍ୟ ଜୀବିତ ଅଛନ୍ତି | ତାଂକର ବିୟୋଗରେ ପରିଚିତ ସହକର୍ମୀ, ଶୁଭେଚ୍ଛୁଙ୍କ ମହଲରେ ଗଭୀର ଶୋକର ଛାୟା ଖେଳି ଯାଇଛି | ମୃତ୍ୟୁ ବେଳକୁ ତାଙ୍କୁ 61 ବର୍ଷ ହେଉଥିଲା l

hiranchal ad1
Leave A Reply

Your email address will not be published.

17 − eight =