ଲେଖାଶ୍ରୀ ସାମନ୍ତସିଂହାରଙ୍କ ବୌଦ୍ଧ ଗସ୍ତ

0 468

ବୌଦ୍ଧ,୭/୯ : – ଆଜି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଦୁଇ ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ପ୍ରଥମେ କଣ୍ଟାମାଳ ବ୍ଲକ୍‌ ରେ ପହଞ୍ଚିଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା, ଲଣ୍ଡା ଗାଁ ଠାରେ କାର୍ଯ୍ୟକ୍ରମ ସାରି ସିଧାସଳଖ ଖୁଣ୍ଟିଗୋରାଠାରେ ପହଞ୍ଚିବା ପରେ ବୌଦ୍ଧ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ କହ୍ନେଇ ଚରଣ ଡାଙ୍ଗ, ଜିଲ୍ଲା ବିଜେପି ଉପ-ସଭାପତି ଚିତ୍ତରଂଜନ ପାତ୍ର ଓ ବହୁ ବିଜେପି ସଦସ୍ୟ ତାଙ୍କୁ ପାଛୋଟି ଆଣିଥିଲେ । ପ୍ରଥମେ ଖୁଣ୍ଟିଗୋରା, ତାପରେ ଆମ୍ବଗାଁ ଏବଂ ପରେ ଘଣ୍ଟାପଡ଼ାରେ ମହିଳାମାନଙ୍କୁ ନେଇ ସଭାର ଆୟୋଜନ କରାଯାଇଥିଲା ।

hiring

ବିଜେପି ସରକାରରେ ନରେନ୍ଦ୍ର ମୋଦି ହିଁ ରାଜ୍ୟକୁ ସମସ୍ତ ସୁବିଧା ସୁଯୋଗ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ । କେବଳ ବିଜେଡ଼ି ବିଜୁ ନାମକୁ ନେଇ ଫାଇଦା ଉଠାଉଛି । ତେଣୁ ଏସବୁ ସୁବିଧା ପାଇବାକୁ ହେଲେ ଆଗାମୀ ଦିନରେ ବିଜେପିକୁ ହିଁ ଭୋଟ ଦେଇ ପ୍ରାର୍ଥିଙ୍କୁ ଜୟଯୁକ୍ତ କରାଇବାକୁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟ ଦେହୁରୀ, ବୁନ୍ଦେ ଚୁହାନ, ଚଞ୍ଚଳ ରଣା, ଟିକୁ କଅଁର ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

3 × two =