ଦିଲ୍ଲୀପ କୁମାର ମିଶ୍ରଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

0 122

ବୌଦ୍ଧ/ବାଉଁଶୁଣୀ,୩୦/୬- ବୌଦ୍ଧବ୍ଲକ ବାଉଁଶୁଣୀ ପ୍ରାଣୀ ଚିକିତ୍ସାଳୟ ଅନ୍ତର୍ଗତ ଗୁନ୍ଦଳିିଆ ପ୍ରାଣୀଧନ ସହାୟକ କେନ୍ଦ୍ରରେ କାର୍ଯ୍ୟରତ ପ୍ରାଣୀଧନ ନିରୀକ୍ଷକ ଶ୍ରୀ ଦିଲ୍ଲୀପ କୁମାର ମିଶ୍ରଙ୍କୁ ଆଜି ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଆୟୋଜିତ ସମର୍ଦ୍ଧନା ସଭାରେ ପ୍ରାଣୀ ଚିକିତ୍ସକ ବାଉଁଶୁଣୀ ଡା. ପ୍ରିୟବ୍ରତ ବେହେରାଙ୍କ ସମେତ ସମସ୍ତ ପ୍ରାଣୀଧନ ନିରୀକ୍ଷକ ସୂର୍ଯ୍ୟକାନ୍ତ ମେହେର ନାରାୟଣନଗର, ସୌଭାଗ୍ୟ ପ୍ରଧାନ ମୁଣ୍ଡାପଡ଼ା, ସଚ୍ଚିଦାନନ୍ଦ ଖମାରୀ ଦହ୍ୟା, ରଞ୍ଜନ ବାଘ ସାହାଜପାଲ ଏବଂ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । କୋଭିଡ ନିୟମ ଅନୁଯାୟୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ କାର୍ଯ୍ୟକୁ ଭୁରିଭୁରି ପ୍ରଶଂସା କରିବା ସହିତ ଉତ୍ତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନପାଇଁ ମା ମାହେଶ୍ୱରୀଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିଥିଲେ ।

hiranchal ad1
Leave A Reply

Your email address will not be published.

one × two =