ଏମ୍‌ସିଏଲ୍‌ ଓ ଜିଲ୍ଲା ପ୍ରଶାସନର ଦ୍ୱିପାକ୍ଷିକ ଚୁକ୍ତି, ୧୩ଟି ପ୍ରକଳ୍ପ ପାଇଁ ସିଏସ୍‌ଆର ଫଣ୍ଡ

0 99

ବଲାଙ୍ଗୀର,୩୦/୬- ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ମହାନଦୀ କୋଲଡଫିଲଡ୍‌ ସିଏସଆର ଜେନେରାଲ ମ୍ୟାନେଜର ପ୍ରଣବ କୁମାର ଚକ୍ରବର୍ତ୍ତୀଙ୍କ ମଧ୍ୟରେ ୧୩ଟି ପ୍ରକଳ୍ପ ପାଇଁ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମକୁ ଡେପୁଟି କଲେକ୍ଟର ପ୍ରୀତମ ତନ୍ତୀ, ପୁଇଁତଲା ଓ ଆଗଲପୁର ବିଡିଓ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ସରକାରୀ ଆଇଆଇଟି କଲେଜ ଅଧ୍ୟକ୍ଷ, ଏମସିଏଲ ସିଏସଆର ଆସିଷ୍ଟାଣ୍ଟ ମେନେଜର ଅରବିନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବଲାଙ୍ଗୀରସ୍ଥିତ ଦିବ୍ୟାଙ୍ଗ ବିଦ୍ୟାଳୟ ଉନ୍ନତିକରଣ ,ପୁଇଁତଲା ଓ ଗଇଁତଲା କୁଷ୍ଠ କଲୋନୀରେ କମ୍ୟୁନିଟି ସେଣ୍ଟର ନିର୍ମାଣ, ସରକାରୀ ଆଇଆଇଟି ପାଇଁ ଉପକରଣ, ଯନ୍ତ୍ରପାତି , ଛାତ୍ରାବାସରେ କ୍ରୀଡା ଭିତ୍ତିିଭୂମି, ଷ୍ଟୁଡେଣ୍ଟ ମୋଟିଭେସନାଲ , ସରକାରୀ ପଲିଟେକନିକ୍‌ କଲେଜ ପଶ୍ଚିମ ପାର୍ଶ୍ୱ ରାସ୍ତା ଓ ଉପକରଣ, ୧୪ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ମ୍ୟୁନସିପାଲଟି ଓ ଏନଏସିକୁ ହସ୍ତଚାଳିତ ପରଟେବୁଲ ପମ୍ଫିଙ୍ଗ ମେସିନ, ପିଏଚସି ସିଏଚସି ଓ ସବସେଣ୍ଟରକୁ ଡିଜେଲ ଚାଳିତ ଜେନେରେଟର, ୪ଟି ସର୍ବ ସାଧାରଣ ଶୌଚାଳୟ,ଗର୍ଭବତୀ ମହିଳାଙ୍କ ମାତୃତ୍ୱ ଯୋଜନା ଏବଂ ଆଗଲପୁର ବ୍ଳକ ପାଣ୍ଡେସରା କୁଲାରି ନାଲା ବ୍ରିଜ୍‌ ଠାରୁ ଭରସୁଜା ରାସ୍ତା ଉନ୍ନତିକରଣ ପାଇଁ ଏମସିଏଲ ସିଏସଆର ପାଣ୍ଠିରୁ ୩କୋଟି ୬୪ହଜାର ୭୫ଲକ୍ଷ ୮୫୨ଟଙ୍କା ଯୋଗାଇବ । ବଲାଙ୍ଗୀର ଜିଲ୍ଲା ଉନ୍ନୟନ କାର୍ଯ୍ୟରେ ଏମସିଏଲର ସହଯୋଗ ପାଇଁ ଜିଲ୍ଲାପାଳ ପ୍ରଶଂସା କରିବାସହ ବର୍ଷେମଧ୍ୟରେ ପ୍ରକଳ୍ପ ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀ ଚକ୍ରବର୍ତ୍ତୀ ଏମସିଏଲ୍‌ ସିଏସଆର ପାଣ୍ଠି ବିନିଯୋଗ ସଂପର୍କରେ ସୂଚନା ଦେଇଥିଲେ ।

hiranchal ad1
Leave A Reply

Your email address will not be published.

3 × one =