ରାଜକିଶୋର ପାଇକରାୟ ଦେବଗଡ଼ ଜିଲ୍ଲାର ନୂତନ ଏସ୍‌.ପି

0 187

ଦେବଗଡ଼,୩୦ା୬ : ସୋମବାର ଦେବଗଡ଼ ଜିଲ୍ଲାରେ ନୂତନ ଏସ୍‌.ପି. ଭାବେ ରାଜକିଶୋର ପାଇକରାୟ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଶ୍ରୀ ପାଇକରାୟ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା,ଜନସାଧାରଣଙ୍କ ସୁରକ୍ଷା ତଥା ଉଚିତ୍‌ ନ୍ୟାୟ ପ୍ରଦାନ, ପଡ଼ି ରହିଥିବା ବିଭିନ୍ନ ପ୍ରକାରର ପୋଲିସ୍‌ କେଶର ଉପଯୁକ୍ତ ତଦନ୍ତ କରାଯାଇ ନ୍ୟାୟ ପ୍ରଦାନ ତଥା ଚୋରା ମଦ ବ୍ୟବସାୟ ଇତ୍ୟାଦି କାର୍ଯ୍ୟକୁ ତ୍ୱରାନ୍ନିତ କରାଯିବ ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ପ୍ରକାଶ କରିଛନ୍ତି । କରୋନା ମାହାମାରୀକୁ ପ୍ରତିହତ କରିବା ପାଇଁ ପୋଲିସ୍‌ର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେହିପରି ଆଇନ ଶୃଙ୍ଖଳା ଉପରେ ଗୁରୁତ୍ୱ ଦେବାସହ ଜିଲ୍ଲାରେ ଜନସାଧାରଣଙ୍କୁ ପୋଲିସ୍‌ ସେବା ଯୋଗାଇ ନିରପେକ୍ଷ ଭାବରେ କର୍ତ୍ତବ୍ୟ ସମ୍ପାଦନ କରାଯିବ ବୋଲି ପ୍ରକାଶ କରିଥିଲେ । ଶ୍ରୀ ପାଇକରାୟ ପୂର୍ବରୁ ଅତିରିକ୍ତ ଡ଼ି.ସି.ପି. ପୋଲିସ ବିଭାଗରେ ଝାରସୁଗୁଡ଼ା,ବାଲେଶ୍ୱର ଜିଲ୍ଲା ସମେତ ପଶ୍ଚିମ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦକ୍ଷତାର ସହ କାର୍ଯ୍ୟ କରି ବହୁବାର ରାଜ୍ୟ ସରକାରଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

18 + 10 =