ଦେବଗଡ଼ ଜିଲ୍ଲା କଳାମାଟି ଠାରେ ଖୋଲିଲା ୧୦୦ ଶଯ୍ୟାର କୋଭିଡ଼୍‌ ଡ଼ାକ୍ତରଖାନା, ଶିଶୁ ମାନଙ୍କ ପାଇଁ ସ୍ୱତନ୍ତ୍ର ୱାଡର଼୍ ଓ ଆଇ.ସି.ୟୁ

0 50

ଦେବଗଡ,୩୦ା୬ : ମଙ୍ଗଳବାର ବେଦାନ୍ତ ସହଯୋଗରେ ଦେବଗଡ଼ ଜିଲ୍ଲା କଳାମାଟି ଠାରେ ୧୦୦ ଶଯ୍ୟା ବିଶିଷ୍ଠ କୋଭିଡ଼୍‌ ଡ଼ାକ୍ତରଖାନାକୁ ଭର୍ଚୁଆଲ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି । କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସମସ୍ତଙ୍କ ସହଯୋଗ ଦରକାର । ସମସ୍ତେ ନିଜ ନିଜ ସ୍ତରରେ କାମ କରିବା ଦରକାର ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ଦେବଗଡ଼ରେ ୧୦୦ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନାରେ ୩୨ଟି ଏଚ୍‌.ଡ଼ି.ୟୁ,୧୨ଟି ଆସିୟୁ, ସ୍ୱତନ୍ତ୍ର ଭାବେ ଶିଶୁ ଶଯ୍ୟା ଏବଂ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଓ ପରୀକ୍ଷାଗାରର ସୁବିଧା ଅଛି । ଉକ୍ତ ଡ଼ାକ୍ତରଖାନାରେ ରୋଗୀମାନଙ୍କର ସମସ୍ତ ଚିକିତ୍ସା ଦାୟିତ୍ୱ ରାଜ୍ୟ ସରକାର ନେଇଛନ୍ତି । ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ସମ୍ବଲପୁର ଲୋକସଭା ସାଂସଦ ନୀତେଶ ଗଙ୍ଗଦେବ, ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ବେଦାନ୍ତ ଗୃପ୍‌ର ସି.ଇ.ଓ. ଅନୁରାଗ ତିୱାରୀ ଓ ବିକାଶ ଡ଼ାକ୍ତରଖାନାର ଡ଼ାକ୍ତର ମୁରଲୀକ୍ରିଷ୍ଣନ୍‌ ପ୍ରମୁଖ ମଂଚାସୀନ ଥିଲେ । ସେହିପରି ଭର୍ଚୁଆଲ ମାଧ୍ୟମରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ର।କୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାଶ,ବେଦାନ୍ତ ଗୃପ୍‌ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଓ ସିଇଓ ରାହୁଲ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ବେଦାନ୍ତ ଗୃପ୍‌ ରାଜ୍ୟ ତଥା ଦେଶର ବିକାଶ ପାଇଁ ଦୃଢ଼ ସଂକଳ୍ପ ବୋଲି ବେଦାନ୍ତ ଗୃପ ଅଧ୍ୟକ୍ଷ ଅଗ୍ରୱାଲ ପ୍ରକାଶ କରିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବେଦାନ୍ତ ପକ୍ଷରୁ ନିଆଯାଇଥିବା କୋଭିଡ଼୍‌ ପରିଚାଳନା ପଦକ୍ଷେପକୁ ପ୍ରଶଂସା କରିବା ସହ ଜିଲ୍ଲାବାସୀ ସରକାରୀ ନିୟମକୁ ମାନିବାକୁ ଅନୁରୋଧ କରିଥିଲେ । ସେହିପରି ବିକାଶ ଗୃପ ପକ୍ଷରୁ କୋଭିଡ଼୍‌ ଡ଼ାକ୍ତରଖାନା ପରିଚାଳନା ପାଇଁ ୮ ଜଣ ଡ଼ାକ୍ତର,୫୫ ଜଣ ନର୍ସିଂ କର୍ମଚାରୀ ଥାଇ ବର୍ତମାନଠାରୁ କାର୍ଯ୍ୟକ୍ଷମ ହେବ ହେବବୋଲି ଡ଼ାକ୍ତରଖାନା ଗୃପ୍‌ ଅଧ୍ୟକ୍ଷ ଶ୍ରୀ ମୁରଲୀକ୍ରିଷ୍ଣନ୍‌ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − seven =