ପାଇକଙ୍କ ନାମରେ ନାମିତ ରାସ୍ତା କାଗଜ ପତ୍ରରେ ସୀମିତ, ଶୀଘ୍ର କାର୍ଯ୍ୟକାରୀ ପାଇଁ ଦାବି

0 58

ଖୋର୍ଦ୍ଧା,୩୦/୬- ଖୋର୍ଦ୍ଧା ସହର ଏକ ଐତିହାସିକ ସ୍ଥଳୀ । ଏଠାକାର ପାଇକବିଦ୍ରୋହ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର । ଦେଶ ସ୍ୱାଧିନତାର ଏନ୍ତୁଡିଶାଳ ଭାବେ ଖୋର୍ଦ୍ଧା ସହର ପରିଚିତ ହେଇଥିବାବେଳେ ଅଗଣିତ ପାଇକ ଦେଶପାଇଁ ଶହୀଦ ହୋଇଛନ୍ତି । ମାତ୍ର ସେମାନଙ୍କର ବୀରତ୍‌ôର ଗାଥା ବହନ କରିବା ନିମନ୍ତେ ବହୁ ଯୋଜନାମାନ ହେଉଛି । କିନ୍ତୁ ସେସବୁ କାଗଜପତ୍ରରେ ସୀମିତ । ଏଭଳି ଏକ ଜ୍ୱଳନ୍ତ ଉଦାହରଣ ହେଉଛି ସହିଦ ପାଇକଙ୍କ ନାମରେ ପ୍ରସ୍ତାବିତ ରାସ୍ତାର ନାମକରଣ । ବହୁବାର ଦାବି ଉପସ୍ଥାପନ ପରେ ସହରର ପ୍ରମୁଖ ୫ ଗୋଟି ରାସ୍ତା ସହିଦ ପାଇକ ନାମରେ ନାର୍ମିତ କରିବାକୁ ପ୍ରଶାସନିକ ସ୍ତରରେ ନିଷ୍ପତି ହୋଇଥିଲା । ଏ ନେଇ ପ୍ରସ୍ତାବ ପ୍ରଶାସନିକ ସ୍ତରରେ ଆଗତ ହୋଇଥିବା ସତ୍ୱେ ଏଯାବତ ଗୋଟିଏ ହେଲେ ନାମକୁ ପାଇକ ନାମରେ ନାର୍ମିତ କରାଯାଇନଥିବା ଦେଖାଯାଇଛି । ଦୁଇ ଶହ ବର୍ଷ ପାଇକ ବିଦ୍ରୋହ ପୂର୍ତ୍ତିଉତ୍ସବ ଉଦଯାପନୀ ଦିବସ ପ୍ରସ୍ତୁତି ବୈଠକରେ ତକ୍ରାଳୀନ ଅତିରିକ୍ତ ଜିଲ୍ଲାପାଳ ଶୀତାଂଶୁ ରାଉତଙ୍କ ଅଧ୍ୟକ୍ଷତାରେ ଏହି ନିଷ୍ପତି ହୋଇଥିବାବେଳେ ଏହା କାଗଜପତ୍ରରେ ସୀମିତ ହୋଇ ରହିଛି । ଏଥିରେ ପଲ୍ଲାଛକ ସ୍ଥିତ ପ୍ରତିମୂର୍ତ୍ତି ଠାରୁ ୧୬ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଜିଲ୍ଲାପାଳ ଅଫିସ ଯାଏଁ ରାସ୍ତାର ନାମ ଶହୀଦ ଜୟୀରାଜଗୁରୁ, ସହରର ଟ୍ରାଫିକ ଛକ ଠାରୁ ୧୬ନଂ ଜାତୀୟ ରାଜପଥର ତୋଟାପଡା ଛକକୁ ସଂଯୋଗ କରୁଥିବା ରାସ୍ତାର ନାମ ବକ୍ସିଜଗବନ୍ଧୁ ଏବଂ ଚଣ୍ଡିଚୁଆ ଠାରୁ ବାଟମଙ୍ଗଳା ମନ୍ଦିର ଯାଏଁ ରାସ୍ତାର ନାମ ତାପଙ୍ଗ ଦଳବେହେରା, ସାମନ୍ତରାପୁର ଛକଠାରୁ ଗଡଖୋର୍ଦ୍ଧା ଯଏଁ କୃତ୍ତିବାସ ପାଟଶାଣୀଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ ଆଗତ ହୋଇଛି । ସେହିପରି ଗୁରୁଜଙ୍ଗ ପତିତପାବନ ଛକ ଠାରୁ ଟାଙ୍ଗୀ ସାହି ଛକ ଯାଏଁ ପିଣ୍ଡିକି ବାହୁବଳେନ୍ଦ୍ର ନାମରେ ନାମିତ କରିବାକୁ ପ୍ରସ୍ତାବ ଆଗତ ହୋଇଥିଲା । ମାତ୍ର ଦିନ ପରେ ଦିନ ଗଡିବାରେ ଲାଗିଛି ସିନା କିନ୍ତୁ ଏଯାବତ୍‌ ଶହୀଦ ନାମରେ ରାସ୍ତାରେ ନାମକରଣ ହୋଇନଥିବା ନେଇ ବିଭିନ୍ନ ପାଇକ ସଂଗଠନ ଆପତ୍ତି ଉଠାଇଥିବା ଜଣାଯାଇଛି । ତେଣୁ ଏସବୁ ରାସ୍ତାର ନାମକରଣ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

20 − 10 =