ଅର୍ଥ ସାଜିଛି ଚିକିତ୍ସାରେ ବାଧକ

0 117

ହରଭଙ୍ଗା,୧୮/୧:- ବୋଝ ଉପରେ ଲଳିତା ବିଡା । ସରକାରୀ ସହାୟତାରୁ ବଞ୍ଚିତ ବୌଦ୍ଧ ଜିଲ୍ଲା ହରଭଙ୍ଗାବ୍ଲକ ତଳଙ୍ଗା ପଂଚାୟତର ଗୋରଡା ମୁଣ୍ଡା ଗ୍ରାମର ସୁମନ୍ତ ପ୍ରଧାନ । ଦୀର୍ଘ ଅଢେଇ ବର୍ଷ ହେବ ଗୋଡରେ କ୍ୟାନ୍ସର ହୋଇ ରୋଗରେ ପୀଡିତ । କିଛି ଦିନତଳେ ମା ମଧ୍ୟ ଟିଭି ରୋଗରେ ପୀଡିତ ହୋଇ ଆରପାରିକୁ ଚାଲିଗଲା । ଏବେ ବାପା ପୁଅ ଦୁହେଁ । ବାପାର ପୈତୃକ ସଂପତ୍ତି ଯାହାଥିଲା ଜମିଠୁ ଆରମ୍ଭକରି ଘର, ରାସନକାର୍ଡ ମଧ୍ୟ ବନ୍ଧା କରିଦେଇଛନ୍ତି ପୁଅର ଚିକିତ୍ସା ପାଇଁ । ଘର ବୋଲି ଝାଟି ମାଟି । ରାତିରେ ଘରେ ଚାଳ ଉପରେ ଦେଖାଯାଉଛି ଜହ୍ନ ତାରା, ଚାଳ ଉପରେ ପାଲ ଖଣ୍ଡେ ପକେଇ ପାରୁନାହାନ୍ତି ଏହି ଅସହାୟ ବାପ ପୁଅ । ଦୀର୍ଘ ଅଢ଼େଇ ବର୍ଷ ହେବ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ଏବଂ ଢେଙ୍କାନାଳ ସୌଭାଘ୍ୟ ହସ୍ପିଟାଲ ଯାଇ ଟଙ୍କା ଅଭାବରୁ ସେମାନେ ଚିକିତ୍ସା କଲେନାହିଁ । ରୋଗୀଙ୍କ ବୟାନ ଚିକିତ୍ସା ପାଇଁ ମୋତେ ସାହାଯ୍ୟ କରନ୍ତୁ । ନବୀନ ବାବୁ ଦୁଃଖିଙ୍କ ଦୁଃଖ ଦେଖି ପାରୁନାଁହାନ୍ତି ଏବେ ମୋ ଦୁଃଖ ଥରେ ବୁଝନ୍ତୁ । ଖାଇବାକୁ ନାହିଁ ବୋଲି ସାହି ପଡିଶା ଯାହା ଦେଲେ ଆମେ ବାପାପୁଅ ଖାଇ ବଞ୍ଚିଛୁ । ଆମର ଏତିକି ଗୁହାରି ଆମକଥା ଥରେ ବୁଝନ୍ତୁ, ଜିଲ୍ଲା ପ୍ରଶାସନ ସହିତ ଓଡିଶା ସରକାର । ନବୀନ ବାବୁ କାଳେ ଗରିବଙ୍କ ବନ୍ଧୁ ତେଣୁ ଆମକୁ ସାହାଯ୍ୟର ହାତ ବଢ଼ାନ୍ତୁ ବୋଲି କାକୁତି ମିନତି ହେଉଛନ୍ତି ବାପ ପୁଅ ।

hiranchal ad1
Leave A Reply

Your email address will not be published.

5 + 20 =