ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶୀତକାଳୀନ ଶିବିର

0 190

ହରଭଙ୍ଗା,୨୩/୧୨- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ସ୍ଥାନୀୟ ଶରଧାପୁର ଗ୍ରାମରେ ଆଜି ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରିଣିଆ ମୁଖ୍ୟତିଥିଭାବେ ଯୋଗ ଦେଇ ଶୀତକାଳୀନ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ପୋଗ୍ରାମ ଅଫିସର ରଞ୍ଜିତ କୁମାର ସାମଲଙ୍କ ନେତୃତ୍ୱରେ ମହାବିଦ୍ୟାଳୟର ୫୦ଜଣ ଛାତ୍ରଛାତ୍ରୀ ସ୍ୱେଚ୍ଛାସେବୀ ଭାବେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସମ୍ମାନିତ ଅତିଥିଭାବେ ଶରଧାପୁର ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ନିବେଦିତା ଗଡତିଆ, ନାଏବ ସରପଞ୍ଚ ସବିତା ନାୟକ, ୱାର୍ଡମେମ୍ବର ସସ୍ମିତା ସେଠୀ ଯୋଗଦେଇ ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିର ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଗ୍ରାମରେ କୋଭିଡ ସଚେତନତା, ସ୍ୱଚ୍ଛ ଭାରତ ମିଶନ, ବେଟି ବଚାଓ ବେଟି ପଢାଓ, ପରିବେଶ ସୁରକ୍ଷା ବିଷୟରେ ଲୋକଙ୍କୁ ସଚେତନତା କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

8 − 6 =