ହରଭଙ୍ଗା ମଣ୍ଡଳ ବିଜେପିର କାର୍ଯ୍ୟକାରିଣୀ ବୈଠକ

0 84

ହରଭଙ୍ଗା,୩/୨:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ପଂଚାୟତର ପୈଦାଭୂଇଁ ଠାରେ ହରଭଙ୍ଗା ମଣ୍ଡଳ ବିଜେପି ସଭାପତି ତପନ କୁମାର ଡାଙ୍ଗଙ୍କ ଅଧ୍ୟକ୍ଷତାରେ ଆଜି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଅତିଥି ଭାବେ ପ୍ରାକ୍ତନ ବିଜେପି ସଭାପତି ମାଗୁଣି ଗାଇଗୌରିଆ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ପ୍ରଧାନ ଯୋଗ ଦେଇ ଆଗାମୀ ଦିନରେ ସଂଗଠନ କିପରି ମଜଭୁତ ହେବ ଏବଂ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ବିକାଶ ମୂଳକ କାର୍ଯ୍ୟ ଏବଂ ଗରିବ କଲ୍ୟାଣ ଯୋଜନା ସାଧାରଣ ଜନତା ପାଖରେ ଯେପରି ସରକାରୀ ବାଟମାରଣା ନହୋଇ ପହଞ୍ଚିବ ସେଦିଗରେ କର୍ମୀମାନେ ସତର୍କତାର ସହିତ ନଜର ରଖି ଜନତାଙ୍କ ପାଖରେ ମୋଦିଙ୍କ ବାର୍ତ୍ତା ପହଞ୍ଚାଇବାକୁ ସଚେତନ କରାଇଥିଲେ । ବକ୍ତାଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଗ୍ରାମ କେଶରୀ ବେହେରା ଯୋଗଦେଇ ମଣ୍ଡଳର ଗ୍ରାମାଞ୍ଚଳ ରାସ୍ତାଗୁଡିକର ଦୂରାବସ୍ଥା, ଧାନମଣ୍ଡିରେ ଚାଷୀମାନଙ୍କ ହନ୍ତସନ୍ତ ଅବସ୍ଥା, ପଂଚାୟତ ମାନଙ୍କରେ ବୁଢା ବୁଢ଼ୀ ମାନେ ବାର୍ଦ୍ଧକ୍ୟ ଭତ୍ତା ମାସ ମାସ ଠିକ ଭାବେ ନପାଇ ହନ୍ତସନ୍ତ ହେବା, ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ନପାଇବା ଉପରେ ଓଡିଶା ସରକାର ଏବଂ ଜିଲ୍ଲା ପ୍ରଶାସନିକ ଉପରେ ବର୍ଷିଥିଲେ ଏବଂ ସ୍ଥାନୀୟ ବିଧାୟକଙ୍କ ଅପାରଗତା ପଣିଆକୁ ନେଇ ଧିକାର କରିଥିଲେ । ଏହି ବୈଠକରେ ଉପସଭାପତି ରବିନାରାୟଣ ପ୍ରଧାନ, ଜିଲ୍ଲାର ଆଦିବାସୀ ମୋର୍ଚ୍ଚା ସଭାପତି ଶମ୍ଭୁନାଥ ମୁଣ୍ଡା, ଯୁବନେତା ବନମାଳୀ ରଣା, ଜିଲ୍ଲାର ସାଧାରଣ ସମ୍ପାଦକ ତାପସ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ କୃଷ୍ଣ ମିଶ୍ର, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଅରୂପା ଦୀପ ଏବଂ ସଂଜୀବ ପ୍ରଧାନ, ବିଦେଶୀ ସାହୁ, ପ୍ରସନ ପ୍ରଧାନ, ସଚ୍ଚି ମହାକୁଡ଼, ନବୀନ ମହାକୁଡ଼, ପ୍ରବୀଣ ଭୋକ୍ତା ସଂଖ୍ୟାଧିକ ବିଜେପି କର୍ମକର୍ତ୍ତା ଯୋଗ ଦେଇଥିଲେ । ଶେଷରେ ସଂପାଦକ ସଚ୍ଚି ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

four − two =