କରୋନା ପଦକ୍ଷେପ : ବୌଦ୍ଧରେ ୩ଟି ଦୋକାନକୁ ସିଲ୍ କଲା ଜିଲ୍ଲାପ୍ରଶାସନ

0 409

ବୈାଦ୍ଧ: ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସାଇକେଲ୍ ଯୋଗେ ସହରର ବିଭିନ୍ନ ଛକ ପରିଦର୍ଶନ କରି ସାମାଜିକ ଦୂରତ୍ୱ ସଂପର୍କରେ ତଦାରଖ କରିଥିଲେ । ଏନଏସିଛକ, ଡେଲି ମାର୍କେଟର ତିନୋଟି ଦୋକାନ ସାମାଜିକ ଦୂରତ୍ୱକୁ ନମାନି ଜିନିଷପତ୍ର ବିକୁଥିବା ତାଙ୍କ ଦୃଷ୍ଟିକୁ ଆସିବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । । ଜିଲ୍ଲାପାଳ ଦୋକାନୀମାନଙ୍କୁ ଏଥିପାଇଁ ତାଗିଦ କରିବାସହ ନିକଟସ୍ଥ ଦୋକାନୀମାନଙ୍କୁ ମାସ୍କ ପିନ୍ଧି କିଣାବିକା କରିବା, ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ ।

hiring

ପରେ ଜିଲ୍ଲା ପ୍ରଶାସନ ତରଫରୁ କାର୍ଯ୍ୟାନୁଷ୍ଠାନ ପୂର୍ବକ ନିୟମ ଭଙ୍ଗ କରିଥିବା ଦୋକାନଗୁଡିକୁ ସିଲ୍ କରାଯାଇଥିଲା । ଏହି ଦୋକାନୀମାନେ ପୁନଃ ଅନୁମତି ନପାଇଲା ପର୍ଯ୍ୟନ୍ତ ଦୋକାନ ଖୋଲିପାରିବେ ନାହିଁ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି । ବୌଦ୍ଧ ଜିଲ୍ଲାପାଳଙ୍କ ସହିତ ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ ମଧ୍ୟ ଏହି ତଦାରଖବେଳେ ଉପସ୍ଥିତ ଥିଲେ । କୌଣସି କାମ ନଥିଲେବି ବାହାରକୁ ଆସୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଫାଇନ ଆଦାୟ କରାଯିବ ବୋଲି ଏହି ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ଶ୍ରୀ ପାଣ୍ଡିଆ ସୁଚନା ଦେଇଥିଲେ ।

hiranchal ad1
Leave A Reply

Your email address will not be published.

eleven + five =