ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଟୁଟୁସିଙ୍ଗାରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

0 43

ବୌଦ୍ଧ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବୌଦ୍ଧ ନଗର ତରଫରୁ ସହରର ଉପକଣ୍ଠରେ ଅବସ୍ଥିତ ଟୁଟୁସିଙ୍ଗା ଗ୍ରାମରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ନଗର କାର୍ଯ୍ୟବାହ ନିରଞ୍ଜନ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗ୍ରାମର ବିଶିଷ୍ଟ କୃଷକ ହନୁମନ୍ତ ଭୋଇ, ମୁଖ୍ୟବକ୍ତା ଭାବେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଧରଣୀ ଧର ପରିଡ଼ା ଯୋଗଦେଇ ରକ୍ଷା ବନ୍ଧନ ଉତ୍ସବ ମାଧ୍ୟମରେ ପରସ୍ପରକୁ ରକ୍ଷା ସୂତ୍ରରେ ବାନ୍ଧି ଦେଶକୁ ସର୍ବଶ୍ରେଷ୍ଠ ସ୍ଥାନରେ ଆସିନ କରିବା ପାଇଁ ନିଃସ୍ୱାର୍ଥ ଭାବେ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ । ଜିଲ୍ଲା ପ୍ରଚାର ପ୍ରମୁଖ ପଦ୍ମ ଚରଣ ମେହେର ଅତିଥି ପରିଚୟ ଦେଇଥିବା ବେଳେ ବିଜୟ କୁମାର ସାହୁ ପ୍ରାର୍ଥନା ଗାନ କରି ଥିଲେ । ସାର ପ୍ରଧାନ, କୀର୍ତ୍ତି ଚନ୍ଦ୍ର ଭୋଇ, ଅନ୍ତର୍ଯ୍ୟାମୀ କରଡିଆ, ଜୟ ସାହୁ,ଧ୍ରୁବ ଚରଣ କରଡିଆ, ପ୍ରଦୀପ ସାଥୁଆ, ଲକ୍ଷ୍ମୀକାନ୍ତ ଜାନି, ନବୀନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀ ଭାଗ ନେଇ ପରସ୍ପରକୁ ରାକ୍ଷୀ ବାନ୍ଧି ମିଠା ଖୁଆଇ ଅତ୍ୟନ୍ତ ଆନନ୍ଦ ଅନୁଭବ କରିଥିଲେ ।

hiranchal ad1
Leave A Reply

Your email address will not be published.

two × 3 =