ରାଜନୈତିକ କାର୍ଯ୍ୟରେ ସମ୍ପୃକ୍ତ ଥିବା ଶିକ୍ଷକଙ୍କୁ ଜିଲ୍ଲାପାଳଙ୍କ ଛାଟ

0 398

ବୌଦ୍ଧ : ନୂଆପାଲି ହାଇସ୍କୁଲର ଶିକ୍ଷକଙ୍କୁ ରାଜନୈତିକ ସମ୍ପୃକ୍ତି ଅଭିଯୋଗରେ ବଦଳି ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ l
ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜନୈତିକ ସମ୍ପୃକ୍ତି ଥିବା ଆଦିବାସୀ ହାଇସ୍କୁଲର ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନଙ୍କୁ ବୌଦ୍ଧ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ ମଣ୍ଡଳୀ ରୁ ବାହାରକୁ ବଦଳି କରାଯାଇଛି | ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଆଦିବାସୀ ହାଇସ୍କୁଲର ସହକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ ରାଜନୈତିକ କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା l ଫଳରେ ଗତ ୧୩ ତାରିଖ ଦିନ ଜିଲ୍ଲାପାଳ ଜେ ସୋନାଲ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ | ଜିଲ୍ଲା ଶିକ୍ଷା ଅଧିକାରୀ ସମ୍ପୃକ୍ତ ଶିକ୍ଷକ ଶ୍ରୀ ପ୍ରଧାନଙ୍କୁ ବୌଦ୍ଧ ନିର୍ବାଚନ ମଣ୍ଡଳୀର ମଥୁରା ପଞ୍ଚାୟତ ହାଇସ୍କୁଲ, କେଲାକଟାକୁ ବଦଳି କରିବା ସହ ତୁରନ୍ତ ସେଠାରେ ଯୋଗଦାନ କରିବାକୁ ଆଦେଶ ଦେଇଥିବା ସୂଚନା ମିଳିଛି |

hiring

ବୌଦ୍ଧରୁ ସୁଶାନ୍ତ କୁମାର ବେହେରାଙ୍କ ରିପୋର୍ଟ ହୀରାଞ୍ଚଳ ଲାଇଭ୍

hiranchal ad1
Leave A Reply

Your email address will not be published.

4 × 2 =