ପାରାଦ୍ୱୀପଠାରେ ଉତ୍ସର୍ଗୀକୃତ କୋଭିଡ-୧୯ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ତ୍ରିପାକ୍ଷୀକ ଚୁକ୍ତିନାମା ସ୍ୱାକ୍ଷର

0 152

ପାରାଦ୍ୱୀପ : ପାରାଦ୍ୱୀପ ପୌରପାଳିକାର ବିଜୁ ଯାତ୍ରୀ ନିବାସ ପାରାଦ୍ୱୀପଠାରେ ୧୦୦ ଶଯ୍ୟା ବିଶିଷ୍ଟ ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ତ୍ରିପାକ୍ଷୀକ ରାଜିନାମା ସ୍ୱାକ୍ଷରିତ ହୋଇଛି । ଗତକାଲି ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ରିକେଶ ରାୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ବିଜୟ ପଣ୍ଡା ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ । ଏହି କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ଖର୍ଚ୍ଚ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ବହନ କରିବ । ଅନ୍ୟମାନଙ୍କ ମଧ୍ୟରେ ପାରାଦ୍ୱୀପ ପୋର୍ଟ ସିଇଏମ୍‌ଇ ସରୋଜ ଦାସ, ମୁଖ୍ୟ ଚିକିତ୍ସାଅଧିକାରୀ ପ୍ରହଲ୍ଲାଦ ପଣ୍ଡା, ଏଡିଏମଓ ଡାଃ ବସନ୍ତ ବାରିକ, ଜିଲ୍ଲାପାଳଙ୍କ ଓଏସଡି ଡାଃ ଶଶାଙ୍କ ଶେଖର ଲେଙ୍କା, ସ୍ମୃତିରଞ୍ଜନ ମିଶ୍ର, ବନ୍ଦର ଚିଫ୍ ମ୍ୟାନେଜର କର୍ପୋରେଟ ରିଲେସନ ଆଣ୍ଡ କମୁନିକେସନ ରତିକାନ୍ତ ନାୟକ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀରଂଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କୋଭିଡ-୧୯ ସ୍ୱାସ୍ଥ୍ୟକେନ୍ଦ୍ର ଓ ଏପ୍ରିଲ ୧୩ ତାରିଖରୁ କାର୍ଯ୍ୟକ୍ଷମ ହେବ । ଏଥିରେ ଖର୍ଚ୍ଚ ହେବ ତିନିକୋଟିରୁ ଅଧିକ ଟଙ୍କା ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

five × five =