CRPF 127 ବାଟାଲିୟନ ପକ୍ଷରୁ ସ୍ବତନ୍ତ୍ର ଜନସମ୍ପର୍କ ଶିବିର ଆୟୋଜିତ

0 405

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ CRPF ୧୨୭ ବାଟାଲିୟନ ପକ୍ଷରୁ ସ୍ବତନ୍ତ୍ର ଜନସମ୍ପର୍କ ଶିବିର ଆୟୋଜିତ ହୋଇଛି । ୬ ଦିନଧରି ଏହି ଶିବିର ବାଲିଗୁଡ଼ା ଅଞ୍ଚଳର ବାଲିଗୁଡ଼ା,ବେଲଘର, ତୁମୁଡ଼ିବନ୍ଧ,ଗୋଛାପଡ଼ା,ବାଲନ୍ଦାପଡ଼ା, ବାରଖମା ଆଦି ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଚାଲିବ । ପ୍ରତ୍ୟେକ ଶିବିରରେ ଆଧାର କାର୍ଡ ଜରିଆରେ ୧୦୦୦ ଲୋକଙ୍କୁ ସାନିଟାଇଜର,ଗ୍ଲୋବ୍ସ,ମାସ୍କ,ଟନିଙ୍ଗ୍ ଆଦି ସାମଗ୍ରୀ ବଣ୍ଟାଯାଉଛି । ବର୍ତ୍ତମାନ ସାରା ଦେଶରେ କରୋନା ମୁକାବିଲା ନେଇ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ ଜାରି ହୋଇଛି । “କରୋନା ହାରିବ ଦେଶ ଜିତିବ” ଏହି ନାରା ଦେଇ ଜନ ସାଧାରଣଙ୍କୁ ସଚେତନ କରାଇବା ସହ କିଭଳି ସଂକ୍ରମଣ ରୋକାଯାଇ ପାରିବ ସେନେଇ ଜନସାଧାରଣଙ୍କୁ ସଚେତନ କରାଯାଉଛି ବୋଲି କହିଛନ୍ତି କମାଣ୍ଡାଣ୍ଟ ଜି. କୁମାର ।

hiranchal ad1
Leave A Reply

Your email address will not be published.

2 × 1 =