ଘଞ୍ଚ ଜଙ୍ଗଲରେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ: ବିପୁଳ ପରିମାଣର ପୋଚ ଓ ମଦ ନଷ୍ଟ

0 443

ବାଲିଗୁଡ଼ା: ମହାମାରୀ କରୋନା ପାଇଁ ଯାରି ହୋଇଛି ଲକ୍ ଡାଉନ୍ । ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଏହାର ସୁଯୋଗ ନେଇ କିଛି ଅସାଧୁ ଲୋକ ଘଞ୍ଚ ଜଙ୍ଗଲ ଭିତରେ ଚଲାଇଛନ୍ତି ଦେଶୀ ମଦ ରନ୍ଧା ଓ ବିକ୍ରି । ଘଟଣା ସମ୍ପର୍କରେ ଖବରପାଇ ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ନିଜର ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ବାଲିଗୁଡ଼ା ତହସିଲଦାର ଖିରାବ୍ଧି ତନୟା ସାହୁଙ୍କ ସହ କାମ୍ପଡ଼ା ନିକଟ ଦଡ଼ି ଜଙ୍ଗଲରେ ଚଢ଼ାଉ କରିଥିଲେ ।

hiring

ଭଗାମୁଣ୍ଡା ସାହିର ମା’ ଠାକୁରାଣୀ ସ୍ବୟଂ ସହାୟକ ଗୋଷ୍ଠୀ ସହଯୋଗରେ ହଜାର(୧୦୦୦) ଲିଟରରୁ ଉର୍ଦ୍ଧ୍ବ ମହୁଲ ପୋଚ ନଷ୍ଟ କରିବାସହ ୧୦୦ ଲିଟର ରୁ ଉର୍ଦ୍ଧ୍ବ ରନ୍ଧା ମଦ ନଷ୍ଟ କରାଯାଇଛି । ପୋଲିସ୍ କୁ ଦେଖି ଘଟଣାସ୍ଥଳରୁ ମଦ ରାନ୍ଧୁଥିବା ଲୋକେ ଫେରାର୍ ହୋଇଯାଇଥିବାବେଳେ ୫୦ ଲିଟର ମଦ ଜବତ କରିଛି ପୋଲିସ । ଏଥିସହିତ ମଦ ରନ୍ଧା ଯାଉଥିବା ଚୁଲି ଭାଙ୍ଗିବା ସହ ମଦ ରନ୍ଧା ସାମଗ୍ରୀ ଜବତ କରିଛି ପୋଲିସ୍ ।

hiranchal ad1
Leave A Reply

Your email address will not be published.

12 + 13 =