ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦କୁ ବୃଦ୍ଧି

0 128

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି । ଆଜି ଝାରପଡା ଜଣେ ଓ ବମିଖାଲ ଅଂଚଳରୁ ଆଉ ୩ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ ଯାଜପୁର ଜଣେ ଚିହ୍ନଟ ହୋଇଛନ୍ତି । ତେବେ ଖୁସିର ଖବର ଯେ, ଏମାନଙ୍କ ମଧ୍ୟରୁ ପାଖାପାଖି ୧୮ ଜଣ ସୁସ୍ଥ ହୋଇ ମେଡ଼ିକାଲ୍‌ରୁ ଡିସ୍‌ଚାର୍ଜ ହୋଇଥିବା ବେଳେ ଜଣେ ମାତ୍ର ରୋଗୀ ମୃତ୍ୟୁବରଣ କରିଛନ୍ତି । ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ୪୬ ଜଣ, ଭଦ୍ରକରୁ ୩ ଜଣ, ସୁନ୍ଦରଗଡ଼ରୁ ୨ ଜଣ, କେନ୍ଦ୍ରାପଡ଼ାର ୨ ଜଣ, କଳାହାଣ୍ଡିର ୨ ଜଣ, ପୁରୀ ଜଣେ, ଯାଜପୁରର ୨ଜଣ, ଢେଙ୍କାନାଳରୁ ଜଣେ ଓ କଟକରେ ଜଣେ ରୋଗୀ ଆକ୍ରାନ୍ତ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

eight + 10 =