କ୍ରିକେଟ ସଂପର୍କରେ ଅଶ୍ୱିନଙ୍କର ଏଭଳି ଧାରଣା ଥିଲା

0 88

ମୁମ୍ବାଇ : ନିକଟରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ତା\’ର ଟ୍ୱିଟର ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ବିଷୟ ଉପରେ ଅନୁରୋଧ କରିଥିଲା । କ୍ୟାରିଅର ଆରମ୍ଭ ବେଳେ କ୍ରିକେଟ ସଂପର୍କରେ କି ପ୍ରକାର ଧାରଣା ଥିଲା ତାହା ଜଣାଇବା ପାଇଁ ଆଇସିସି ସେମାନଙ୍କୁ କହିଥିଲା । ଏଭଳି ଏକ ବିଷୟ ଅତ୍ୟନ୍ତ କୌତୁହଳପୂର୍ଣ୍ଣ ହୋଇଥିବାରୁ କ୍ରିକେଟରମାନେ ସେମାନଙ୍କ ଧାରଣା ଜଣାଇବା ପାଇଁ କୁଣ୍ଠାବୋଧ କରିନଥିଲେ । ଭାରତର ବୋଲର ଆର ଅଶ୍ୱିନ ନିଜର ଉତ୍ତର ରଖି କହିଥିଲେ ଯେ, ମୁଁ ଯେତେବେଳେ କ୍ରିକେଟ ଖେଳିବା ଆରମ୍ଭ କଲି ସେତେବେଳେ ଏହା ସଂପର୍କରେ ବିଚିତ୍ର ଧାରଣା ମୋ ମନ ଭିତରେ ସୃଷ୍ଟି ହୋଇଥିଲା । ଖେଳ ସମୟରେ ମଝିରେ ମଝିରେ କ୍ରିକେଟରମାନେ କାହିଁକି ପାଣି କିମ୍ବା କୋଲ୍ଡଡ୍ରିକ୍ସ ପିଅନ୍ତି ସେ ନେଇ ମୋର ଏକ ଭୁଲ ଧାରଣା ଥିଲା । ମୋର ଧାରଣା ଥିଲା ଯେ, ଦୀର୍ଘ ସମୟ ଧରି ଖେଳିବା ଯୋଗୁଁ ଖେଳାଳିମାନଙ୍କର ଶକ୍ତି କମିଯାଇଥାଏ । ଏହାର ଭରଣା ପାଇଁ ବୋଧହୁଏ ସେମାନେ ଏଭଳି ପିଅନ୍ତି ବୋଲି ଏକ ଧାରଣା ସୃଷ୍ଟି ହୋଇଥିଲା । ଯାହାକି ଭୁଲ ବୋଲି ମୁଁ ପରେ ଜାଣିଥିଲି । ଅଶ୍ୱିନଙ୍କର ଏଭଳି ଉତ୍ତର ଉପରେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହୋଇଛି । ପ୍ରକାଶଥାଉକି ଗତ ବର୍ଷ ଫେବୃଆରୀ ମାସରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଅଶ୍ୱିନ ଗୋଟିଏ ମାତ୍ର ମ୍ୟାଚ୍ ଖେଳିଥିଲେ । ସେଥିରେ ସେ ତିନୋଟି ଉଇକେଟ ନେଇଥିଲେ । ଭାରତ ସେହି ସିରିଜ ୦-୨ରେ ହାରିଯାଇଥିଲା ।

hiranchal ad1
Leave A Reply

Your email address will not be published.

4 × two =