ବାତିଲ୍ ହେଲା ସମସ୍ତ ହକି ଟୁର୍ଣ୍ଣାମେଣ୍ଟ

0 84

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲକଡାଉନ ଅବଧିକୁ ମେ ୩ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଏହାପରେ ହକି ଇଣ୍ଡିଆ ତା\’ର ସମସ୍ତ କ୍ରୀଡା ଇଭେଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି । ସମସ୍ତ ନ୍ୟାସନାଲ ଚାମ୍ପିଅନସିପ ବାତିଲ ହେବା ସଂପର୍କରେ ହକି ଇଣ୍ଡିଆର ସଭାପତି ମହମ୍ମଦ ମୁସ୍ତାକ ଆଜି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଲକଡାଉନ ଅବଧି ବୃଦ୍ଧି କରାଯାଇଥିବାରୁ ଏହି ଟୁର୍ନାମେଣ୍ଟଗୁଡିକ ଆୟୋଜନ କରିବା ଆଉ ସମ୍ଭବ ନୁହେଁ । ପୂର୍ବରୁ ମଧ୍ୟ କେତେକ ହକି ଖେଳକୁ ସ୍ଥଗିତ ଘୋଷଣା କରାଯାଇଛି । ତେବେ ଆଗାମୀ ଦିନରେ ସମସ୍ତ ହକି ଚାମ୍ପିଅନସିପ ଆୟୋଜନ କରିବା ପାଇଁ ସ୍ଥିର କରାଯାଇଥିଲା । କିନ୍ତୁ ଲକଡାଉନ ଅବଧି ବଢାଇ ଦିଆଯାଇଥିବାରୁ ଆଜି ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିବା ପାଇଁ ଏକ ବୈଠକ ବସିଥିଲା । ଏହି ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି ।

hiranchal ad1
Leave A Reply

Your email address will not be published.

10 + ten =