ଏହି ସବୁ ବିଷୟ ଉପରେ ଗୁଗଲ ସର୍ବାଧିକ ସର୍ଚ୍ଚ କରିଛନ୍ତି ଭାରତୀୟ

0 185

ନୂଆଦିଲ୍ଲୀ : ବର୍ତ୍ତମାନ ସାରା ବିଶ୍ୱରେ କୋରନା ଭାଇରସ ସଂକ୍ରମଣକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହେଉଛି । ଇଣ୍ଟରନେଟ, ସୋସିଆଲ ମିଡିଆ ଓ ନ୍ୟୁଜ ଚ୍ୟାନେଲ ଗୁଡିକରେ ପ୍ରସାରିତ ହେଉଥିବା ସମସ୍ତ ନ୍ୟୁଜ୍ ମଧ୍ୟରେ କରୋନା ସଂପର୍କିତ ଖବରର ମାତ୍ରା ସର୍ବାଧିକ । କେବଳ ସେତିକି ନୁହେଁ, ଲୋକମାନେ ଗୁଗଲରେ କରୋନା ସଂପର୍କିତ ଭିନ୍ନ ଭିନ୍ନ ବିଷୟ ଉପରେ ଜାଣିବା ପାଇଁ ବହୁ ସଂଖ୍ୟାରେ ସର୍ଚ୍ଚ କରିଛନ୍ତି । ବିଶେଷତଃ ୩୦ଟି ବିଷୟ ଉପରେ ହୋଇଥିବା ସର୍ଚ୍ଚରେ ଭାରତୀୟଙ୍କ ସଂଖ୍ୟା ସବୁଠୁ ଅଧିକ । ସେହିପରି କରୋନା ସଂପର୍କିତ ସର୍ଚ୍ଚ ମଧ୍ୟ ଅଧିକ ରହିଛି । ଯେଉଁ ସବୁ ବିଷୟଗୁଡିକ ଉପରେ ଗୁଗଲରେ ସେମାନେ ସର୍ଚ୍ଚ କରିଛନ୍ତି ସେଗୁଡିକ ମଧ୍ୟରେ କରୋନା ଟିପ୍ସ(୧୦ନିୟୁତରୁ ଅଧିକ), କରୋନା ଭାଇରସ(୫ନିୟୁତ), ଲକଡାଉନ ସଂପ୍ରସାରଣ(୧ନିୟୁତ), ହାଇଡ୍ରୋସିକ୍ଲୋରକୁଇନ(୬ଲକ୍ଷରୁ ଅଧିକ), କରୋନା ଲକ୍ଷଣ(୫ଲକ୍ଷରୁ ଅଧିକ), ଆରୋଗ୍ୟସେତୁ(୩.୨ଲକ୍ଷରୁ ଅଧିକ), କରୋନା ନିରାକରଣ(୨ଲକ୍ଷରୁ ଅଧିକ), ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ(୧ଲକ୍ଷରୁ ଅଧିକ), ଭାରତରେ ଲକଡାଉନ(୧ଲକ୍ଷରୁ ଅଧିକ), କରୋନା ଅପଡେଟ୍ ଇନ୍ ଇଣ୍ଡିଆ(ଏକଲକ୍ଷରୁ ଅଧିକ), କରୋନା ଲାଟେଷ୍ଟ ନ୍ୟୁଜ(୩୦ହଜାରରୁ ଅଧିକ), ଭାଇରସ ଟ୍ରିଟମେଣ୍ଟ(୨୦ହଜାରରୁ ଅଧିକ), ଲକଡାଉନ ନ୍ୟୁଜ(୧ଲକ୍ଷରୁ ଅଧିକ), ପିପିଇ କିଟ୍ସ ଇନ୍ ଇଣ୍ଡିଆ(୫୦ହଜାରରୁ ଅଧିକ) ପ୍ରମୁଖ ଅନ୍ତର୍ଭୁକ୍ତ । କରୋନା ସଂପର୍କିତ ବିଭିନ୍ନ ବିଷୟ ଉପରେ ଜାଣିବା ପାଇଁ ଭାରତୀୟମାନେ ସବୁଠୁ ଅଧିକ ସଂଖ୍ୟାରେ ଗୁଗଲକୁ ବ୍ୟବହାର କରିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

twelve − 5 =