ପୂଜାରା ଭାରତୀୟ କ୍ରିକେଟର ନୂଆ ପାଚେରୀ : ଲିଓନ

0 77

ନୂଆଦିଲ୍ଲୀ : ଭାରତୀୟ ଟେଷ୍ଟ କ୍ରିକେଟରେ ୱାଲ୍ ବା ପାଚେରୀ କଥା ଉଠିଲେ ସାଧାରଣତଃ ରାହୁଲ ଦ୍ରାବିଡଙ୍କ ନାମ ଆଗକୁ ଆସେ । ବିଶ୍ୱ କ୍ରିକେଟରେ ଦ୍ରାବିଡ ଏହି ମାନ୍ୟତା ପାଇଛନ୍ତି । ତେବେ ଭାରତୀୟ କ୍ରିକେଟରେ ଏବେ ଆଉ ଜଣେ କ୍ରିକେଟର ନୂଆ ପାଚେରୀ ଭାବେ ଚର୍ଚ୍ଚିତ ହୋଇଛନ୍ତି । ସେ ହେଉଛନ୍ତି ଚେତେଶ୍ୱର ପୂଜାରା । ସଫଳ କ୍ରିକେଟର ନାଥାନ ଲିଓନ ତାଙ୍କୁ ବର୍ତ୍ତମାନର ଭାରତୀୟ ଟେଷ୍ଟ କ୍ରିକେଟର ନୂଆ ୱାଲ ବୋଲି ଅଭିହିତ କରିଛନ୍ତି । ସେ କହିଛନ୍ତି ଯେ, ପୂଜାରାଙ୍କଠାରେ ଶକ୍ତି, ସାମର୍ଥ୍ୟ ଓ ଧୈର୍ଯ୍ୟ ରହିଛି । ଯାହା ଜଣେ କ୍ରିକେଟରଙ୍କ ପାଇଁ ନିହାତି ଆବଶ୍ୟକ । ତେବେ ଆଜିଙ୍କ୍ୟ ରାହାଣେ ଓ ବିରାଟ କୋହଲି ମଧ୍ୟ ଜଣେ ଜଣେ ସାମର୍ଥ୍ୟବାନ୍ କ୍ରିକେଟର । ତେବେ ପୂଜାରା ଟେଷ୍ଟ ଫର୍ମାଟରେ ଏମାନଙ୍କଠାରୁ କିଛିଟା ସ୍ୱତନ୍ତ୍ର ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଅନୁଷ୍ଠିତ ସିରିଜରେ ପୂଜାରା ନିଜକୁ ହିରୋ ସାବ୍ୟସ୍ତ କରିଥିଲେ । ତାଙ୍କ ପ୍ରଦର୍ଶନକୁ ସେବେ ମଧ୍ୟ ଲିଓନ ପ୍ରଶଂସା କରିଥିଲେ । ଆଗକୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ତେବେ କରୋନା ସଂକ୍ରମଣ ଦୃଷ୍ଟିରେ ଏହା ଏକ ଦର୍ଶକଶୂନ୍ୟ ସିରିଜ ହେବ ବୋଲି ଆଶଙ୍କା କରାଯାଉଛି ।

hiranchal ad1
Leave A Reply

Your email address will not be published.

5 + 6 =