କରୋନାର ପ୍ରଭାବ : ୮ଲକ୍ଷ କୋଟି କ୍ଷତି ସହିଲାଣି ଭାରତ

0 73

ନୂଆଦିଲ୍ଲୀ : ଭାରତର ଅର୍ଥନୀତି ଉପରେ ଲକଡାଉନ ଗଭୀର ପ୍ରତିକୂଳ ପ୍ରଭାବ ପକାଇଛି । ଯେଉଁଥିପାଇଁ ବିଭିନ୍ନ କ୍ଷେତ୍ରରେ ବିପୁଳ ପରିମାଣର ଆର୍ଥିକ କ୍ଷତି ଘଟିଛି । ପ୍ରଥମ ପର୍ଯ୍ୟାୟର ଲକଡାଉନ ସମୟରେ ପ୍ରାୟ ୮ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ଏହାର ଭରଣା କିପରି ଭାବରେ ହେବ ତାହାକୁ ନେଇ ବର୍ତ୍ତମାନ ସରକାର ଚିନ୍ତାରେ ପଡିଛନ୍ତି । ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ଯୋଜନା ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ଗତ ମାର୍ଚ୍ଚ ୨୪ ତାରିଖରେ ଦେଶବ୍ୟାପୀ ଲକଡାଉନ ଘୋଷଣା କରାଯାଇଥିଲା । ସେହିଦିନ ମଧ୍ୟରାତ୍ରୀରୁ ଅର୍ଥାତ୍ ୨୫ରୁ ଏହା ଔପଚାରିକ ଭାବେ କାର୍ଯ୍ୟକାରୀ ହେଲା । ଆଜି ତା\’ର ଅବଧି ଶେଷ ହୋଇଛି । ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଏହି ଲକଡାଉନକୁ ମେ ୩ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟର ୨୧ଦିନ ବ୍ୟାପୀ ଲକଡାଉନ ସମୟରେ ଭାରତର ଶିଳ୍ପଜଗତ ଭୀଷଣ ଭାବରେ କ୍ଷତିଗ୍ରସ୍ତ ହୋଇଛି । ସେହିପରି ଆମଦାନୀ ଓ ରପ୍ତାନୀ ବନ୍ଦ ହୋଇଯିବା ଯୋଗୁଁ ଲକ୍ଷଲକ୍ଷ କୋଟି ଟଙ୍କାର କାରବାର ପ୍ରଭାବିତ ହୋଇଛି । ଏହି ଲକଡାଉନ ସମୟରେ ୭ରୁ୮ଲକ୍ଷ କୋଟି ଟଙ୍କାର କ୍ଷତି ଘଟିଛି । ଏହି ପରିମାଣ ଆଗକୁ ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଏହାଦ୍ୱାରା ଆଗାମୀ ଦିନଗୁଡିକରେ ଭାରତ ଅର୍ଥନୀତି କ୍ଷେତ୍ରରେ ସୁଧାର ଆଣିବା ପାଇଁ ବହୁତ କଠିନ ପରୀକ୍ଷାର ସମ୍ମୁଖୀନ ହେବ ବୋଲି ଅନୁମାନ କରାଯାଉଛି । ଲକଡାଉନ ସମୟରେ ଅଧିକାଂଶ କଂପାନୀ ଓ ଶିଳ୍ପ ସଂସ୍ଥା ବନ୍ଦ ରହିଥିବା ବେଳେ ବିମାନ ଓ ଟ୍ରେନ୍ ତଥା ବସ୍ ସେବା ମଧ୍ୟ ବନ୍ଦ ରହିଛି । ଯାହା ଫଳରେ ଭାରତ ବିପୁଳ ପରିମାଣର ରାଜସ୍ୱ ହରାଇଛି । ଲକଡାଉନ ଯୋଗୁଁ ଭାରତର ୭୦ ପ୍ରତିଶତ ଅର୍ଥନୈତିକ କାର୍ଯ୍ୟକଳାପ ସଂପୂର୍ଣ୍ଣ ଭାବରେ ଠପ ହୋଇଯାଇଛି ।

hiranchal ad1
Leave A Reply

Your email address will not be published.

twelve + 17 =