ଆସନ୍ତା ସପ୍ତାହ ସୁଦ୍ଧା ପ୍ରତି ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ଲକ୍ଷ୍ୟ

0 655

ଭୁବନେଶ୍ୱର : ଆସନ୍ତା ଏକ ସପ୍ତାହ ମଧ୍ୟରେ ରାଜ୍ୟରେ ପ୍ରତି ଜିଲ୍ଲାରେ କୋଭିଡ୍ ହସ୍ପିଟାଲ୍ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି । ଅପ୍ରେଲ୍ ଶେଷ ସୁଦ୍ଧା ରାଜ୍ୟର ୩୬ଟି ସ୍ଥାନରେ ଛଅ ହଜାର ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ପ୍ରତିଷ୍ଠା କରାଯାଇପାରିବ । ବ୍ରହ୍ମପୁର ଏମ୍‌କେସିଜିରେ କୋଭିଡ୍ ପରୀକ୍ଷଣ ବ୍ୟବସ୍ଥା କରାଯାଇଥିବା ବେଳେ ରାଉରକେଲାରେ ଆଇଜିଏଚ୍‌ରେ ମଧ୍ୟ ପରୀକ୍ଷଣ ବ୍ୟବସ୍ଥା ହୋଇଛି । ୧୬ ତାରିଖ ସୁଦ୍ଧା ବୁର୍ଲା ଭିମ୍‌ସାରରେ କୋଭିଡ୍ ପରୀକ୍ଷଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ପଦାଧିକାରୀଙ୍କ ସହିତ ଆଜି ଆଲୋଚନା କରିଛନ୍ତି । କରୋନା ସଂକ୍ରମଣ ସ୍ଥିତି, ରାଜ୍ୟରେ ଚାଷୀଙ୍କ ସମସ୍ୟା, ଅତ୍ୟାବଶ୍ୟକୀୟ ସାମଗ୍ରୀର ପରିବହନ ଉପରେ ଆଲୋଚନା କରିଥିଲେ । ଲକ୍‌ଡାଉନ୍ ସମୟରେ ଚାଷୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ତାହାକୁ ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୃଷିଜାତ ସାମଗ୍ରୀ ପରିବହନ ଉପରେ ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁଣି ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ ସଫେଇ କର୍ମଚାରୀଙ୍କୁ ସେମାନଙ୍କର ଏକାଗ୍ରତା ଓ ନିଷ୍ଠା ପାଇଁ ଧନ୍ୟବାଦ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

4 × five =