ଭୁବନେଶ୍ବର- ମାଡି ଆସୁଛି ବାତ୍ୟା ଅକଭାନ। ୧୫ କିମି ବେଗରେ ଗୋପାଳପୁର ମୁହାଁ ବାତ୍ୟା। ଗୋପାଳପୁର ପୂର୍ବରେ ଅତି ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଏବେ ଗୋପାଳପୁରଠାରୁ ୪୯୦ କିମି, ପୁରୀ ଠାରୁ ୫୫୦ କିମି ଦୂରରେ ରହିଛି ବାତ୍ୟା। କଳିଙ୍ଗପାଟନମ ଠାରୁ ୪୦୦କିମି ଦୂରରେ କେନ୍ଦ୍ରୀଭୂତ ହେଉଛି ବାତ୍ୟା।
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ରହିଥିବ ଭୀଷଣ ବାତ୍ୟା କ୍ରମଶଃ ଉତ୍ତର ଦିଗକୁ ଗତି କରୁଛି। ୨୦ ତାରିଖ ମଧ୍ୟାହ୍ଣରେ ନରସାପୁର ଓ ପୁରୀ ମଧ୍ୟରେ ଗୋପାଳପୁରର ପୂର୍ବରେ ଅତି ନିକଟରୁ ସ୍ଥଳଭାଗ ଛୁଇଁବ। ଲ୍ୟାଣ୍ଡଫଲ ବେଳେ ପବନ ବେଗ ୯୦-୧୦୦ କିଲୋମିଟର ରହିପାରେ ଏବଂ ଝଟକା ପବନ ୧୧୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।

ବାତ୍ୟା ପ୍ରସ୍ତୁତିକୁ ନେଇ ମୁଖ୍ୟ ଶାସନ ସଚିବ ପ୍ରତିକ୍ରିୟା ଦେଇଛନ୍ତି । ଅନୁ ଗର୍ଗ କହିଛନ୍ତି ଯେ, ୯୧୦୦ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରି ସ୍ଥାନାନ୍ତର କରାଯାଇଛି । ଭୂସ୍ଖଳନ ପ୍ରବଣ ଅଂଚଳକୁ ଲୋକଙ୍କୁ ବର୍ତ୍ତମାନ ସ୍ଥାନାନ୍ତର କରାଯାଉଛି । ୫୬ ସେଲ୍ ,୧୯୦ ଡିଜି ସେଟ୍ ଦିଆଯାଇଛି । କୋଷ୍ଟ ଗାର୍ଡ ସହ ଯୋଗାଯୋଗରେ ଅଛୁ । ପର୍ଯ୍ୟଟନସ୍ଥଳକୁ ନଯିବାକୁ ଅନୁରୋଧ କରୁଛୁ । ଆବଶ୍ୟକୀୟ ଜାଗାରେ ଛୁଟି ଦେବାକୁ ଜିଲ୍ଲାପାଳଙ୍କ ହାତରେ କ୍ଷମତା ଦିଆଯାଇଛି । ଡ୍ୟାମରେ ଥିବା ପାଣିକୁ କଢ଼ାଯାଉଛି। ଡ୍ୟାମ ଗୁଡ଼ିକୁ ମନିଟରିଙ୍ଗ କରାଯାଉଛି । ଆବଶ୍ୟକୀୟ ଔଷଧ ଓ ସାପ କାମୁଡ଼ା ଇଞ୍ଜେକ୍ସନ ଦିଆଯାଇଛି । ରେଳ ବିଭାଗ ତରଫରୁ କୋର୍ଡିନେସନ ସେଲ୍ କରାଯାଇଛି । ଦୁଇଟି ଟ୍ରେନ୍ ବାତିଲ ହୋଇଛି ଓ ଅନେକ ଟ୍ରେନ୍ ର ସମୟ ପରିବର୍ତ୍ତନ କରାଯାଇଛି । ମୋଟ ୮ ଜଣ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲାକୁ ପଠାଯାଇଛି । ପୂର୍ବରୁ ୭ ଜଣ ବରିଷ୍ଠ ଅଧିକାରୀ ଦାୟିତ୍ୱରେ ଥିଲେ ଏବେ ଆଉ ଜଣଙ୍କୁ ମୟୂରଭଞ୍ଜ ଜିଲ୍ଲାକୁ ପଠାଯାଇଛି । ପରିସ୍ଥିତି ଦେଖି ସ୍ଥାନାନ୍ତରଣ ବଢ଼ାଇବାକୁ ଚେଷ୍ଟା କରାଯିବ । କନ୍ଧମାଳରେ ୩୩୦୦, ଗଜପତିରେ ୧୬୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । କୌଣସି ଗୋଟିଏ ସ୍ଥାନ ବଦଳରେ ଆମେ ସବୁ ଜିଲ୍ଲା ପାଇଁ ପ୍ରସ୍ତୁତ ରହିଛୁ । ରେଡ୍ ଆଲର୍ଟ ଥିବା ଜିଲ୍ଲା ଓ ଅରେଞ୍ଜ ଆଲର୍ଟରେ ଥିବା ଜିଲ୍ଲାକୁ ଫୋକସରେ ରଖାଯାଇଛି । ଏହା ସହ ରେଡ୍ ଓ ଅରେଞ୍ଜ ଆଲର୍ଟ ସହ ବର୍ଡରରେ ଥିବା ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି ।
