ରବିବାର ମଧ୍ୟାହ୍ନରେ ପୁରୀ ଛୁଇଁବ ବାତ୍ୟା : ଆଇଏମ୍‌ଡି

0 107

ଭୁବନେଶ୍ୱର : ଲଘୁଚାପ ଗଭୀର ଅବପାତ ରୂପ ନେବା ପରେ ଆଜି ବାତ୍ୟାରେ ପରିଣତ ହୋଇଛି ବୋଲି ଆଇଏମ୍‌ଡି ଡିଜି ସୂଚନା ଦେଇଛନ୍ତି । ବାତ୍ୟା ଆସନ୍ତା ୫ ତାରିଖ ତଥା ରବିବାର ମଧ୍ୟାହ୍ନରେ ପୁରୀ ଉପକୂଳରେଲ୍ୟାଣ୍ଡଫଲ କରିବ ବୋଲି ମଧ୍ୟ ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲିଠାରୁ ବାତ୍ୟା ଦିଗ ପରିବର୍ତ୍ତନ କରିବ ବୋଲି ମଧ୍ୟ ସେ କହିଛନ୍ତି ।

hiring

ପବନର ବେଗ ୮୦ରୁ ୯୦ ମଧ୍ୟରେ ରହିବ । ସ୍ଥାନେ ସ୍ଥାନେ ଏହାର ଗତି ୧୦୦ କିମି ହେବ ବୋଲି ଆଇଏମ୍‌ଡି ଡିଜି ପ୍ରକାଶ କରିଛନ୍ତି । ଆଜି ମଧ୍ୟରାତ୍ରୀରୁ ପବନର ବେଗ ବଢିବା ସହ ବର୍ଷା ହେବ । ଆସନ୍ତାକାଲିଠାରୁ ବର୍ଷାର ପରିମାଣ ବଢିବା ସହ ୬ ତାରିଖ ବେଳକୁ ବର୍ଷାର ପରିମାଣ ହ୍ରାସ ପାଇବ ବୋଲି ଆଇଏମଡି ଡିଜି ପ୍ରକାଶ କରିଛନ୍ତି । ଗୋପାଳପୁର ଠାରୁ ୫୩୦ କି.ମି ଦୂରରେ ଏହି ବାତ୍ୟା ଘନୀଭୂତ ହୋଇଛି ।

hiranchal ad1
Leave A Reply

Your email address will not be published.

nineteen + 6 =