ଦୁର୍ଦ୍ଦିନରେ ବାଉଁଶ କାରିଗର:ସହାୟତାର ହାତବଢ଼ାଇଲା କନ୍ଧମାଳ ଜିଲ୍ଲା ସବୁଜ ବୈଦ୍ୟ ସଂଗଠନ

0 79

ଦାରିଙ୍ଗବାଡି,୧୮/୬ : କରୋନା ମହାମାରୀ ବାଉଁଶ କାରିଗରମାନଙ୍କ ଜୀବିକା ଛଡାଇ ନେଇଛି । ଉତ୍ପାଦିତ ସାମଗ୍ରୀ ବିକ୍ରି ହୋଇପାରୁନି କଣ କରିବେ କେମିତି ଚଳିବେ ସେ ଚିନ୍ତାରେ ବାଉଁଶ କାରିଗର । ଗତବର୍ଷ କରୋନା ସଂକ୍ରମଣର ପ୍ରଥମ ଲହରକୁ ବ୍ରେକ ଦେବା ପାଇଁ ଦୀର୍ଘ ମାସ ଧରି ଲକଡାଉନ, ସଟଡାଉନ ଜାରି ରହିଥିଲା । ଫଳରେ ବାଉଁଶ କାରିଗରମାନେ କ୍ଷତିଗ୍ରସ୍ତ ହୋଇଥିଲେ । ପରେ କରୋନା ସଂକ୍ରମଣ କିଛିଟା ହ୍ରାସ ପାଇବା ପରେ ଦୋକାନ ବଜାର ହାଟ ସ୍ୱଭାବିକ ଭାବେ ଖୋଲିଥିଲା । ଫଳରେ ଦୁଃଖ କଷ୍ଟରେ ଥିବା ବାଉଁଶ କାରିଗରମାନେ ପୂର୍ବପରି କାମ ଆରମ୍ଭ କରିଥିଲେ । ଏଥର ବିବାହ, ବ୍ରତ, ପର୍ବ ପର୍ବାଣୀ, ଶୁଦ୍ଧି କ୍ରିୟା ସବୁ ହେବ ଆଉ ସେମାନଙ୍କର ଭଲ ବିକ୍ରି ହେବ ବୋଲି ଆଶା କରି କାମ ଆରମ୍ଭ କରିଥିଲେ । କିଛିଦିନ କିଛି କିଛି ବିକ୍ରିବଟା ବି ହେଲା । ପରିବାରରେ ହସ ଖୁସି ଫେରି ଆସିବା ବେଳେ ୩/୪ ମାସ ଯାଇଛି କି ନାହିଁ ପୁଣିଥରେ ସରକାର ଲକ ଡାଉନ ଘୋଷଣା କରିଛନ୍ତି । ହାଟ ବଜାର ସବୁ ବନ୍ଦ ତା ସାଙ୍ଗକୁ ଗାଡିମଟର ବି ବନ୍ଦ । ସେହିପରି ବିବାହ, ବ୍ରତ, ଶୁଦ୍ଧି କ୍ରିୟା ଆଦି ସବୁରେ କଟକଣା ଲଗାଇଲେ ସରକାର । ଫଳରେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ କୁଲା, ଚାଙ୍ଗୁଡ଼ି, ଟୋକେଇ, ଝାଡୁ ଆଦି ବିକ୍ରୀ ହୋଇପାରିଲାନି । ଫଳରେ ଚଳିବା ମୁସ୍କିଲ ହୋଇ ପଡ଼ିଥିବା ବାଉଁଶ କାରିଗର ଦଣ୍ଡିମାହା ଗ୍ରାମର ବାବୁଲା ପରିଜା କହିଛନ୍ତି । ବିକ୍ରୀବଟା ନ ହେବାରୁ ଉତ୍ପାଦିତ ସାମଗ୍ରୀ ମହଜୁଦ ବି ରହିଛି ।

hiring

ଛୋଟ ଘର ସମସ୍ତଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାକୁ ଜାଗା ନଥିବାବେଳେ ଉତ୍ପାଦିତ ସାମଗ୍ରୀ ମାନ ରଖିବେ କେଉଁଠି ବୋଲି କହିଛନ୍ତି । ଏଣୁ ସେମାନେ ଆଉ ପରିଶ୍ରମ କରି ବାଉଁଶ ସାମଗ୍ରୀ ତିଆରି କରୁନଥିବା କହିଛନ୍ତି ।ଏପଟେ ଗାଡ଼ି ମଟର ବନ୍ଦ ଯୋଗୁଁ ଆବଶ୍ୟକ କଞ୍ଚାମାଲ ମଧ୍ୟ ଆଣି ପାରୁନଥିବା କହିଛନ୍ତି । ସଞ୍ଚିତ ଯାହା ଦି ପଇସା ଥିଲା କେବଠୁ ସରିଗଲାଣି ଆଉ ଚଳିବା ପାଇଁ କିଛି ନାହିଁ ତାଙ୍କ ପାଖରେ ବୋଲି କ୍ଷୋଭର ସହ କହିଛନ୍ତି ବାଉଁଶ କାରିଗର ବାବୁଲା ପରିଜା ଏବଂ ତାଙ୍କ ସ୍ତ୍ରୀ ମମତା ପରିଜା । ଏହି ପରିସ୍ଥିତିରେ ସାହାଯ୍ୟର ହାତ ବଢେଇଛି ସ୍ୱେଚ୍ଛାସବୀ ସଂଗଠନ କନ୍ଧମାଳ ଜିଲ୍ଲା ସବୁଜ ବୈଦ୍ୟ ସଂଗଠନ ଓ ଦିଲ୍ଲୀସ୍ଥିତ ଗୁଞ୍ଜ ଅନୁଷ୍ଠାନର ସହାୟତାରେ କିଛି ଦିନ ଚଳିବା ପାଇଁ ଶୁଖିଲା ଖାଦ୍ୟ ଏହି ବାଉଁଶ କାରିଗର ମାନଙ୍କ ଜରିଆରେ ଯୋଗାଇ ଦିଆଯାଇଛି । ଏହି ଦଣ୍ଡିମାହା ଭଳି ଆଉ କେତେକ ଗ୍ରାମ କିରୀକୁଟି, ମ୍ଳୁକ୍‌ଚେରି, ସାତାରିପାଙ୍ଗା ବାଉଁଶ କାରିଗର ମାନଙ୍କୁ ମଧ୍ୟ ଶୁଖିଲା ଖାଦ୍ୟ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

eighteen − 1 =