କେବେ ସଂପୂର୍ଣ୍ଣ ହେବ ଚଣ୍ଡିଗଡ ସେତୁ ନିର୍ମାଣ ?

0 326

ବୌଦ୍ଧ,୧୮/୬ – ବୌଦ୍ଧବ୍ଲକ୍‌ ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚଣ୍ଡିଗଡ ଗ୍ରାମ ନିକଟରେ ନିର୍ମାଣାଧିନ ପୋଲ କାମ ସଂପୂର୍ଣ୍ଣ ହୋଇ ନଥିବା ହେତୁ ଲୋକେ ଯାତାୟତରେ ହଇରାଣ ହେଉଥିବା ଅଭିଯୋଗ ହେଉଛି । ମିଳିଥିବା ସୂଚନା ଅନୁଯାୟୀ ଜାତୀୟ ରାଜପଥ ନମ୍ବର୍‌ ୫୭ର ଖୁଣ୍ଟବନ୍ଧ ଛକଠାରୁ ଚଣ୍ଡିଗଡ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ଚଣ୍ଡିଗଡ ଗ୍ରାମ ନିକଟରେ ପଡୁଥିବା ନାଳ ଉପରେ ଦୀର୍ଘ ମାସ ହେଲା କାମ ଅସମ୍ପୂର୍ଣ୍ଣ ହୋଇ ପଡିରହିଛି ।

hiring

କାମ କରୁଥିବା ଠିକାଦାରଙ୍କ ଅବହେଳା ଯୋଗୁଁ ଲୋକେ ଯିବା ଆସିବା କରିବା କଷ୍ଟକର ହୋଇପଡିଛି । ଯାତାୟତ ପାଇଁ କୌଣସି ଡାଇଭର୍ସନ୍‌ ରୋଡ କରାଯାଇ ନଥିବାରୁ ଲୋକେ ବିଲ ମଧ୍ୟଦେଇ ଯାନବାହନ ନେଇ ଯାଉଛନ୍ତି । ବର୍ତ୍ତମାନ ବର୍ଷା ଦିନ ଆସି ଯାଇଥିବା ଯୋଗୁଁ ବିଲ ମଧ୍ୟରେ ଯାତାୟତ ହୋଇ ପାରୁନାହିଁ । ସେଥିପାଇଁ ଅନେକ ଦୁର୍ଘଟଣାର ଶିକାର ହେଉଛନ୍ତି ବୋଲି ଅଭିଯୋଗ ହେଉଛି । ତୁରନ୍ତ ପୋଲ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

nine − two =