ପିକଅପ ଭ୍ୟାନ ଓଲଟି ୮ ଶ୍ରମିକ ଆହତ, ୪ଗୁରୁତର ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର

0 99

ଦାରିଙ୍ଗବାଡି,୧୨/୫: କନ୍ଧମାଳ ଗଞ୍ଜାମ ସୀମାନ୍ତ ସୋରଡ଼ା ଥାନା ଗାଜଲବାଡ଼ି ଗ୍ରାମ ନିକଟରେ ଆଜି ଏକ ପିକଅପ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇ ୮ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣ ଗୁରୁତର ହୋଇଛନ୍ତି । । ସୂଚନା ମୁତାବକ ଆଜିସକାଳୁ ଦାରିଙ୍ଗବାଡି ଗ୍ରାମରୁ ୮ ଜଣ ଶ୍ରମିକ ଦିନ ମଜୁରିଆ କାମପାଇଁ ବ୍ରହ୍ମପୁରକୁ ଯାଉଥିବା ବେଳେ ପିକଅପ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା । ଫଳରେ ୮ ଜଣ ଆହତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଖବର ପାଇ ଘଟଣାସ୍ଥଳରେ ସୋରଡା ଅଗ୍ନିଶମ ବାହିନୀ ପହଁଚି ଆହତଙ୍କୁ ଉଦ୍ଧାର କରି ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଗୁଣ୍ଡିଚା ଦଳେଇ, ପ୍ରଶାନ୍ତ ପରିଛା, ଡମ୍ବରୁଧର ପ୍ରଧାନ, ଟିକିନା ଦଳେଇଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ଗୁରୁତର ୪ଜଣଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ସୋରଡା ପୋଲିସ ପହଂଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରିବାସହ ଅଧିକ ତଦନ୍ତ କରୁଛି ।

hiranchal ad1
Leave A Reply

Your email address will not be published.

4 × three =