ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ

0 557

ବୌଦ୍ଧ,୧୨/୫ – ବୌଦ୍ଧଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଏକ ୪ ଦଫା ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । ଜିଲ୍ଲାରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଆଖି ଆଗରେ ରଖି ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଓମ୍‌ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ୪ ଦଫା ଦାବିପତ୍ରରେ ପ୍ରମୁଖ ଦାବି ମଧ୍ୟରେ ଜିଲ୍ଲାରେ ଭେଣ୍ଟିିଲେଟର ସଂଖ୍ୟା ୬ ରୁ ୫୦ କରାଯିବା, ଜିଲ୍ଲାରେ ଅନ୍ୟୁନ ୧୦ଟି ଆଇସୋଲେସନ କେନ୍ଦ୍ର ଖୋଲାଯିବା, ପ୍ରତି ବ୍ଲକରେ ଅନ୍ୟୁନ ୨ଟି ଆଇ. ସି. ୟୁ ଯୁକ୍ତ ଆମ୍ବୁଲାନ୍ସ ଯୋଗାଇ ଦେବା, ଜିଲ୍ଲାରେ ଶବଦାହ ପାଇଁ ଇଲେକ୍ଟ୍ରି ଚୁଲାର ବ୍ୟବସ୍ଥା କରାଯିବା ଆଦି ଦାବି ପତ୍ରରେ ରହିଛି । ପ୍ରତିନିଧି ମଣ୍ଡଳୀରେ ବରିଷ୍ଠ ବିଜେପି ଯୁବ ନେତା ନାରୟଣ କର୍ମୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

eighteen + 1 =