ପଲସପାଟ – କୁଲୁତାଖଲି ରାସ୍ତାରେ ଲାଗିଲା ସୂଚନା ଫଳକ

0 852

ବୌଦ୍ଧ,୧୨/୫ – ବୌଦ୍ଧବ୍ଲକ୍‌ ମୁଣ୍ଡିପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଲସପାଟ ଗ୍ରାମଠାରୁ କୁଲୁତାଖଲି ଗ୍ରାମକୁ ହୋଇଥିବା ରାସ୍ତା ମରାମତି କାମର ସୂଚନା ଫଳକ ଲଗାଗଲା । ରାସ୍ତା କାମ ଆରମ୍ଭ ହେବା ପରେ ଏହା କେଉଁ ଅନୁଦାନରେ ଓ କେତେ ଅଟକଳରେ ହେଉଛି ତାହାକୁ ନେଇ ଜନସାଧାରଣରେ ସନ୍ଦେହ ପ୍ରକାଶ ପାଉଥିଲା । ଉକ୍ତ କାମରେ ଜେ.ସି.ବି. ଓ ଟ୍ରାକ୍ଟର ବ୍ୟବହାର ହେଉଥିବା ଦେଖି ଅନେକ ଲୋକ କାଳେ ମନରେଗାରୁ ହେଉଥିବା ସନ୍ଦେହରେ ଶ୍ରମିକ ନିୟୋଜିତ କରିବା ବଦଳରେ ମେସିନ ଦ୍ୱାରା କରାଯାଉଥିବା ଅଭିଯୋଗ କରିଥିଲେ । ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁଙ୍କ ନିର୍ଦ୍ଦେଶକ୍ରମେ ସୂଚନା ଫଳକ ଲାଗିବା ପରେ ଏହା ପଞ୍ଚଦଶ ଅର୍ଥ କମିଶନଙ୍କ ୨୦୨୧ – ୨୨ ରେ ୧,୮୩,୦୩୫ ଟଙ୍କା ଅନୁଦାନରେ ହୋଇଥିବା ଜଣାପଡିଛି । ସରପଞ୍ଚ ଶ୍ରୀ ସାହୁଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ରାସ୍ତା ବହୁଦିନରୁ ଖାଲଖମା ହୋଇପଡିଥିଲା । ରାସ୍ତାରେ ଲୋକଙ୍କ ଯାତାୟତରେ ଅସୁବିଧା ହେଉଥିଲା ।ସେଥିପାଇଁ ଲୋକଙ୍କ ଗମନାଗମନ ସୁବିଧା ଦ୍ରୁଷ୍ଟିରୁ ପଞ୍ଚଦଶ ଅର୍ଥ କମିଶନଙ୍କ ଅନୁଦାନରେ ମରାମତି କରାଯାଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

2 × 4 =