ଉଦ୍ୟାନ ବିଭାଗ ପକ୍ଷରୁ ବିହନ ଆଳୁ ବଣ୍ଟନ

0 211

ଦାରିଙ୍ଗବାଡି,୯/୭: ଦାରିଙ୍ଗବାଡି ଉଦ୍ୟାନ ବିଭାଗ ପକ୍ଷରୁ ଉଦ୍ୟାନ ବିଭାଗ ପରିସର ମଧ୍ୟରେ ଦାରିଙ୍ଗବାଡି ଅଂଚଳର ଚାଷୀମାନଙ୍କୁ ବିହନ ଆଳୁ ବଣ୍ଟନ କରାଯାଇଛି । ଦାରିଙ୍ଗବାଡି ବ୍ଲକ ଅଂଚଳ ଚାଷୀ ମାନଙ୍କୁ ୭୦ ହେକ୍ଟର ଚାଷ କରିବା ନିମନ୍ତେ ୧ ହଜାର ୫୦ କ୍ୱିଣ୍ଟାଲ ବିହନ ଆଳୁ ଦିଆଯିବାର ଲକ୍ଷ୍ୟ ରହିଛି । ହେକ୍ଟର ପ୍ରତି ୧୫ କ୍ୱିଣ୍ଟାଲ ଆଳୁ ନିମନ୍ତେ ୧୪ ହଜାର ୬୨୫ ଟଙ୍କା ଦେଇ ଚାଷୀ କ୍ରୟ କରୁଥିବାବେଳେ ଉକ୍ତ ଆଳୁ ଲଗାଇବାର ୨୧ ଦିନ ପରେ ୧୪ ହଜାର ୧୨୫ ଟଙ୍କା ସବସିଡ ଆକାରରେ ଚାଷୀଙ୍କ ଆକାଉଣ୍ଟକୁ ଯିବବୋଲି ସହକାରୀ ଉଦ୍ୟାନ ଅଧିକାରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ମଲ୍ଲିକ ସୂଚନା ଦେଇଛନ୍ତି । କରୋନା ଭଳି ମହାମାରୀ ସମୟରେ ସରକାରଙ୍କ ଏଭଳି ବ୍ୟବସ୍ଥାକୁ ଚାଷୀମାନେ ସ୍ୱାଗତ କରିଛନ୍ତି । ବିଗତ ବର୍ଷ ମାନଙ୍କ ଅପେକ୍ଷା ଏହି ବର୍ଷ ଅଧିକ ବିହନ ଆଳୁ ଦାରିଙ୍ଗବାଡି ଅଂଚଳକୁ ଆସିଥିବା ଜଣାପଡ଼ିଛି । ସହକାରୀ ଉଦ୍ୟାନ ଅଧିକାରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଏହି ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିବାବେଳେ ଏଚଡବ୍ଲୁଓ ଶ୍ରୀହରି ଦଳବେହେରା, ଉଦ୍ୟାନ ସାଥି ଆଲୋକ ହାବଡ଼ା ପ୍ରମୁଖ ସହଯୋଗ କରିଛନ୍ତି ।

hiranchal ad1
Leave A Reply

Your email address will not be published.

5 − 2 =