ବାଳିକା ଏନସିସି ବାଟାଲିୟନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

0 50

ରାୟଗଡ,୯/୭: ରାୟଗଡର ୨ (ଓ) ବାଳିକା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ବାଟାଲିୟନର କମାଣ୍ଡିଂ ଅଧିକାରୀ ଏବଂ ଷ୍ଟାଫ୍‌ଙ୍କ ଉପସ୍ଥିତିରେ ସହରସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଳା ଉଚ୍ଚ଼ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସ୍ୱଂୟଶାସିତ ମହାବିଦ୍ୟାଳୟ ପରିସର ଆଦି ୩ଟି ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିବେଶ ସୁରକ୍ଷାର ସଚେତନତା ବାର୍ତ୍ତାନେଇ ଉକ୍ତ ୩ଟି ସ୍ଥାନରେ ବିଭିନ୍ନ କିସମର ୬୦ଟି ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏନସିସି ଅଧିକାରୀ କ୍ୟାପଟେନ୍‌ ରୀତାରାଣୀ ମିଶ୍ର,ଲ୍ଫ୍‌ନାଣ୍ଟ ଅର୍ଚ୍ଚନା ପଟ୍ଟନାୟକ, ମୁଖ୍ୟ ଅଧିକାରୀ କ୍ଷୀରାବତୀ ବାଗ ଓ ସେକେଣ୍ଡ ଅଫିସର ପ୍ରମିଳା ମହାପାତ୍ରଙ୍କ ସେମତ ୧୦ଜଣ ଏନସିସି କ୍ୟାଡେଟ୍‌ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

seventeen + two =