ପୁରୀକୁ ଗଡ଼ିଲା ରେଳ , ନୂଆଗାଁ ଷ୍ଟେସନ ହେଲା ଲୋକାର୍ପିତ

0 524

ଦଶପଲ୍ଲା,୩୦/୬: – ଖୋର୍ଦ୍ଧା – ବଲାଙ୍ଗିର ରେଳପଥରେ ଯୋଡ଼ିହେଲା ଆଉଏକ ନୂଆ ଅଧ୍ୟାୟ । ଆଜି ଅପରାହ୍ନ ଠିକ୍‌ ୫ ଘଟିକା ସମୟେ, ନୂଆଗାଁ ରେଳଷ୍ଟେସନକୁ ଆନୁଷ୍ଠାନିକ ଭାବରେ ଲୋକାର୍ପଣ କଲେ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଜି ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାବେଳେ ଏହି କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ସହ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ରହିଥିଲେ ।

hiring

ରଥଯାତ୍ରା ପାଇଁ ପୁରୀକୁ ଚାଲିବାକୁ ଥିବା ସ୍ୱତନ୍ତ୍ର ରେଳକୁ ଆଜି ରେଳମନ୍ତ୍ରୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହାପରେ ଆୟୋଜିତ ସାଧାରଣ ସଭାରେ ଶ୍ରୀ ବୈଷ୍ଣବ କହିଥିଲେ ଯେ, ଓଡ଼ିଶାରେ ରେଳ ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ । ଖୁବ୍‌ ଶୀଘ୍ର ଓଡ଼ିଶାର ସମସ୍ତ ରେଳ ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରାଯିବା ସହିତ ରେଳପଥ ସଂପ୍ରସାରଣକୁ ପ୍ରାଥମିକତା ଦିଆଯିବ ।

hiranchal ad1
Leave A Reply

Your email address will not be published.

four × 5 =