ନିଆଁଲାଗି ଜଳିଗଲା ୪ ବଖରା ଘର ଓ ଜିନିଷପତ୍ର

0 344

ଦଶପଲ୍ଲା,୨୮/୪- ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ସୀମାନ୍ତ ଆଦିବାସୀ ବହୁଳ କୁଜାମେଣ୍ଢି ଗ୍ରାମ ପଞ୍ଚାୟତର କୁମ୍ଭୀକିଳା ଗ୍ରାମରେ ଆଜି ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ନିଆଁ ଲାଗି ,ସରସ୍ୱତୀ ବେହେରାଙ୍କର ୪ ବଖରା ଘର ପୋଡ଼ିଯିବା ସହିତ ଘର ଭିତରେ ଥିବା ବହୁ ମୂଲ୍ୟବାନ ଜିନିଷ ପୋଡ଼ିଯାଇଛି । ସରସ୍ୱତୀ ଦିନ ମଜୁରିଆ ଭାବରେ କାମକରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । କାମରୁ ଫେରି ରୋଷେଇ କରୁଥିବା ସମୟରେ କୌଣସିମତେ ନିଆଁ ଲାଗି ତାଙ୍କ ଘର ପୋଡିଯାଇଥିଲା । ନିଆଁ ଲାଗିବା ଦେଖି ଗ୍ରାମବାସୀ ନିଆଁ ଲିଭେଇବାକୁ ଚେଷ୍ଟା କରିବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥଇଲେ । ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିଥିଲେ । ସରସ୍ୱତୀ ବେହେରା ଜଣେ ଗରିବ ନିଃସହାୟ ବିଧବା ମହିଳା ହୋଇଥିବା ହେତୁ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଜନସାଧାରଣ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

twenty + twenty =