ବିପୁଳ ପରିମାଣର ଶାଳ ଓ ଶାଗୁଆନ କାଠ ଜବତ୍‌

0 2,100

ବୌଦ୍ଧ,୨୮/୪ – ଆଜି ସକାଳେ ପୁରୁଣା କଟକ ରେଞ୍ଜ ଅନ୍ତର୍ଗତ ପୁରୁଣା କଟକ ଗଣପତି ନଗର ବାସିନ୍ଦା ଅବଧୂତ ଥାଟୀଙ୍କ ଘରେ ବନବିଭାଗ ଚଢାଉ କରି ବିପୁଳ ପରିମାଣର ମୂଲ୍ୟବାନ୍‌ କାଠ ଜବତ୍‌ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି କୌଣସି ସୂତ୍ରରୁ ଖବରପାଇ ପୁରୁଣାକଟକ ରେଞ୍ଜପକ୍ଷରୁ ଅବଧୂତଙ୍କ ଘରେ ଚଢାଉ କରା ଯାଇଥିଲା । ଚଢାଉବେଳେ ଗୃହ ନିର୍ମାଣ ପାଇଁ ରଖାଯାଇଥିବା ୪୦ ଖଣ୍ଡ ଶାଳ କାଠ ଓ ୨୫ ଖଣ୍ଡ ଶାଗୁଆନ କାଠକୁ ବନବିଭାଗ ଜବତ୍‌ କରିଥିବା ଜଣାପଡିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ଆକଳନରୁ ଜଣାପଡିଛି । ଏତେ ପରିମାଣର କାଠ କେଉଁଠାରୁ କେମିତି ଆସିଲା ସେ ସମ୍ପର୍କରେ ବନବିଭାଗ ତଦନ୍ତ କରୁଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

19 + seventeen =