ଖେଳ ଶିକ୍ଷକଙ୍କ କରୋନାରେ ପରଲୋକ

0 2,587

ବୌଦ୍ଧ,୨୮/୪ – କଣ୍ଟାମାଳ ବ୍ଲକ ଗବଯୋରସ୍ଥିତ ଗଙ୍ଗାଧର ମେହେର ଉଚ୍ଚ ବିଦ୍ୟାଳୟର ଖେଳଶିକ୍ଷକ ବୀରବଲ୍‌ ଭୋଇଙ୍କ ଆଜି ସକାଳ ପ୍ରାୟ ୭ ଘଣ୍ଟା ସମୟରେ ବରଗଡ କୋଭିଡ୍‌ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ଭୋଇ ଚାରିଦିନ ତଳେ କରୋନାରେ ଆକ୍ରାନ୍ତ ହେବାରୁ ବରଗଡ କୋଭିଡ୍‌ ଡାକ୍ତରଖାନାର ଆଇ.ସି.ୟୁ.ରେ ଭର୍ତ୍ତି ହୋଇଥିଲେ । ଆଜି ସକାଳ ପ୍ରାୟ ୭ ଘଣ୍ଟା ସମୟରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିବା ପରିବାର ସୂତ୍ରରୁ ଖବର୍‌ ମିଳିଛି । ଗବଯୋର ଗ୍ରାମରେ ତା ୨୩. ୬. ୧୯୬୭ ରିଖରେ ଜନ୍ମ ଗ୍ରହଣ କରିଥିବାବେଳେ ଗ୍ରାମର ଉଚ୍ଚ଼ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଭାବେ କାର୍ଯ୍ୟକରି ଛାତ୍ରଛାତ୍ରୀ ଓ ସହକର୍ମୀ ମାନଙ୍କ ପ୍ରିୟ ହୋଇ ପାରିଥିଲେ । ତାଙ୍କର ମୃତ୍ୟୁରେ ଗବଯୋର ତଥା କଣ୍ଟାମାଳ ବ୍ଲକ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି ।

hiranchal ad1
Leave A Reply

Your email address will not be published.

1 × three =