ନୂଆଗାଁରେ ଅନୁଷ୍ଠିତ ହେଲା ଜନଶୁଣାଣି ଶିବିର

0 59

ଦଶପଲ୍ଲା,୩୧/୫: – ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ରାଜୀବ ଗାନ୍ଧୀ ସଦଭାବନା ଗୃହ ପରିସରରେ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଉପ ଜିଲ୍ଲାପାଳ ଲଗ୍ନଯିତ୍‌ ରାଉତ , ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ , ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଦ୍ୟୁତ ପଣ୍ଡା , ନୂଆଗାଁ ବ୍ଲକ୍‌ ବିଡ଼ିଓ ପ୍ରମୋଦ କୁମାର ନାୟକ , ତୁଆଗାଁ ତହସିଲଦାର ପ୍ରଳୟା ନନ୍ଦ ଶତପଥୀ , ବ୍ଲକ୍‌ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା , ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ , ଥାନା ଅଧିକାରୀ ବସନ୍ତ କୁମାର ସାହୁ ଉପସ୍ଥିତ ଥିଲେ । ଲୋକମାନଙ୍କ ବିଭିନ୍ନ ଆପତ୍ତିି ଅଭିଯୋଗର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଉପ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସିଙ୍ଗାରପଲ୍ଲୀ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଦୂରୀଭୂତ ହେଉନଥିବାରୁ ବିଭାଗୀୟ ଯନ୍ତ୍ରୀଙ୍କ ଉପରେ ସରପଞ୍ଚ ଗାୟତ୍ରୀ ବେହେରା କ୍ଷୋଭ ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

4 × 4 =