ପୁଣିଥରେ ଚୀନ ଭାଷାରେ ଅନୁଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା

0 100

ଦଶପଲ୍ଲା,୩୧/୫: – ପ୍ରସିଦ୍ଧ ଚାଇନା କବି, ସମ୍ପାଦକ, ଅନୁବାଦକ ‘ଜାଙ୍ଗ ଜି’ ଦ୍ୱାରା ଚୀନ ଭାଷାରେ ଅନୁଦିତ ହେଲା ଆନ୍ତର୍ଜାତିକ ଖ୍ୟାତନାମା କବି ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା । ସୂଚନା ଯୋଗ୍ୟଯେ,କବି ତଥା ସମ୍ପାଦକ ଜାଙ୍ଗ ଜି ପ୍ରସିଦ୍ଧ ସାହିତ୍ୟ ପତ୍ରିକା ରେଡିସନ ଅଫ ଦି ଇଣ୍ଟରନେସନାଲ ପୋଏଟ୍ରି ଏବଂ ୱାର୍ଲଡ ପୋଏଟ୍ରି ୟରବୁକର ମୁଖ୍ୟ ସମ୍ପାଦକ ଅଟନ୍ତି । ବହୁମୁଖୀ ପ୍ରତିଭାର ଅଧିକାରୀ, ସେ ଅନେକ ପୁସ୍ତକର ରଚୟିତା ଏବଂ ସାମୟିକ ଚୀନ କବିତା ଏୟାର୍ଡ଼ ସେରିମୋନିରେ ତାଙ୍କୁ ବେଷ୍ଟ ଟ୍ରାନ୍ସଲେଟର ଆୱାର୍ଡ ଦିଆଯାଇଛି । ଏହା ବ୍ୟତୀତ ତାଙ୍କର କବିତା ବିଶ୍ୱର ବିଭିନ୍ନ ଭାଷାରେ ଅନୁଦିତ ହୋଇଛି ।

hiring

କ୍ରମାଗତ ଭାବେ କବି ନିଆଲଙ୍କ କବିତା ଇଂରାଜୀ, ଇଟାଲୀ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ, ପାର୍ସିଆ, ପୋଲିସ, ସ୍ପେନିସ, ଆଳବାନିୟନ, ଫିଲିପିନୋ, ଭିଏତନାମା, ଜାପାନ ଭଳି ଆନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହେବା ଏକ ଗୌରବର ବିଷୟ । ଉକ୍ତ କବିତା ଗୁଡିକୁ ଇଂରାଜୀ ଭାଷାରେ ଅଧ୍ୟାପକ ବଙ୍କିମ ମୁଣ୍ଡ ଏବଂ ଗୋବିନ୍ଦ ସାହୁ, ଇଟାଲୀ ଭାଷାରେ କବି ଇମାନୁଏଲା ରିଜୋ, ସର୍ବିଆ ଭାଷାରେ କବି ଶୋଭା ସୋଭକା ଶୋଭିକ, ଚୀନ ଭାଷାରେ କବି ଲାଉ ଫୁ,ରୁଷ ଭାଷାରେ ଏଲିନା ଡାନିସିନା, ଫ୍ରାନ୍ସ ଭାଷାରେ ଏଲିଜା ବେଥ୍‌ ପ୍ଲେନାଟୋ, ସ୍ପେନିସ ଭାଷାରେ ଆମେରିକୀୟ କବି ଏଞ୍ଜେଲ୍‌ ଗୁସ୍ତାଭୋ ବେନାଭିଡିସ୍‌, ପୋଲିସ ଭାଷାରେ ପୋଲାଣ୍ଡ କବି ଜିଜନିଉ ମାଇରୋସ୍‌ଲୋୱସ୍କି, ଫିଲିପିନୋ ଭାଷାରେ ଡ଼. ଜେସୁକା ପି. ବେସିନ, ଆର୍ବିକ ଭାଷାରେ କବି ମହମ୍ମଦ ହେଲ୍ମୀ ଅଲ୍‌ ରିଶା, ଭିଏତନାମା ଭାଷାରେ କବି ମେ ହୋଆ ଡୁ, ଅଳବାନିୟନ ଭାଷାରେ କବି ମାରଜେତା ଶଟ୍ରୋ ରାରପାଜ୍‌, ଜର୍ମାନୀ ଭାଷାରେ ବିଶିଷ୍ଟ ଜର୍ମାନୀ କବି ଆନଚିଆ ଷ୍ଟିନ ଏବଂ ଜାପାନ ଭାଷାରେ ଜାପାନୀୟ କବି ମାକି ଷ୍ଟାରଫିଲ୍ଡ ଅନୁବାଦ କରିଛନ୍ତି । କବିଙ୍କ ଏହି ସଫଳତାରେ ରାଜ୍ୟର ଅନେକ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

hiranchal ad1
Leave A Reply

Your email address will not be published.

1 × three =