ଗରମ ତାୱାରେ ସନ୍ତୁଳି ହେଉଛି ଦଶପଲ୍ଲା

0 400

ଦଶପଲ୍ଲା,୨୯/୪: – ପ୍ରବଳ ଖରା ତାତିରେ ଆଉଟୁ ପାଉଟୁ ହୋଇ ଦହଗଂଜ ହେଉଛନ୍ତି ଦଶପଲ୍ଲାବାସୀ । ଏଥିସହିତ ଅଘୋଷିତ ବିଦ୍ୟୁତକାଟ୍‌ ଓ ଜଙ୍ଗଲ ନିଆଁ ପରିସ୍ଥିତିକୁ ଆହୁରି ସଙ୍ଗୀନ କରୁଥିବାବେଳେ ପାନୀୟଜଳ ସମସ୍ୟା ନ କହିବା ଭଲ । ଦଶପଲ୍ଲାର ସର୍ବାଧିକ ତାପମାତ୍ରା ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଆଗକୁ ତାପମାତ୍ରାରେ ବୃଦ୍ଧିହୋଇ ୪୫ ଡିଗ୍ରୀ ଛୁଇଁବ ବୋଲି ଆଶଙ୍କା କରାଯାଉଛି । ଦଶପଲ୍ଲାର ପାର୍ଶ୍ୱବର୍ତ୍ତୀ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଛି । ବଲାଙ୍ଗୀର ଏବଂ ଦେବଗଡରେ ସର୍ବୋଚ୍ଚ଼ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଝାରସୁଗୁଡାରେ ୪୪.୪ ଡିଗ୍ରୀ, ଅନୁଗୁଳରେ ୪୪.୩ ଡିଗ୍ରୀ, ଟିଟିଲାଗଡରେ ୪୪.୨ ଡିଗ୍ରୀ, ସମ୍ବଲପୁରରେ ୪୪ ଡିଗ୍ରୀ ଏବଂ ସୋନପୁରରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହା ସହିତ ତାଳଚେରରେ ୪୩.୫ ଡିଗ୍ରୀ, ବରଗଡରେ ୪୩.୫ ଡିଗ୍ରୀ, ହୀରାକୁଦରେ ୪୩.୧ ଡିଗ୍ରୀ, ସୁନ୍ଦରଗଡରେ ୪୩ ଡିଗ୍ରୀ ଏବଂ ଭବାନୀପାଟଣାରେ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ଆହୁରି ବୃଦ୍ଧି ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) । ଗ୍ରୀଷ୍ମ ପ୍ରବାହ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଇଏମଡି ୫ଟି ରାଜ୍ୟକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଦେଖାଯାଉ କେବେ ମିଳୁଛି ତାତିରୁ ନିସ୍ତାର ।

hiranchal ad1
Leave A Reply

Your email address will not be published.

1 + fourteen =