ଆମ୍ବୁଲାନ୍ସ ଲୋକାର୍ପିତ

0 53

ପୁରୀ: ଜିଲ୍ଲାପାଳ ସମର୍ଥ ବର୍ମା ଏକ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି । ଏହି ଆମ୍ବୁଲାନ୍ସକୁ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଥିଲା । ପରେ ଏହାକୁ ମୁଖ୍ୟ ଚିକିତ୍ସାଳୟକୁ ହସ୍ତାନ୍ତର କରାଯାଇଛି । ଏଥିରେ ବେସିକ ଲାଇଫ୍ ସପୋର୍ଟ ବ୍ୟବସ୍ଥା ରହିଛି । ଉକ୍ତ ଆମ୍ବୁଲାନ୍ସର ପରିଚାଳନାଗତ ଖର୍ଚ୍ଚ ରେଡକ୍ରସ ପକ୍ଷରୁ ବହନ କରାଯିବ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସମସ୍ତ ବୈଷୟିକ ସହାୟତା ପ୍ରଦାନ କରାଯିବ ।

hiring

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ସୁଭାଷ ଚନ୍ଦ୍ର ନାଥଶର୍ମା, ଜିଲ୍ଲା ଆପଦକାଳୀନ ଅଧିକାରୀ ଜିତେନ୍ଦ୍ର କୁମାର ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ସୁଜାତା ମିଶ୍ର, ଡଃ. ପ୍ରଣବ ପ୍ରକାଶ ଦାଶ, ଆଇସିଆଇସିଆଇ ବ୍ୟାଙ୍କ ଜୋନାଲ ମୁଖ୍ୟ ପ୍ରଦ୍ୟୋଶ ରଞ୍ଜନ ରାଉତ, ଆଂଚଳିକ ମୁଖ୍ୟ ଅରୁପ ପଟ୍ଟନାୟକ, ଗୋଲାପ ଚନ୍ଦ୍ର କେଶରୀ, ଜିଲ୍ଲା ମୁଖ୍ୟ ଶାଖା ନିବନ୍ଧକ ସତ୍ୟବ୍ରତ ଦାଶ, ଚନ୍ଦନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

twelve + 16 =