ମହାନ ଟେନିସ ଷ୍ଟାର ବୋରିସ ବେକରଙ୍କୁ ଅଢେଇ ବର୍ଷ ଜେଲ୍‌

0 22

ନୂଆଦିଲ୍ଲୀ : ଇନସଲଭେନ୍ସି ଆକ୍ଟର ବିଭିନ୍ନ ଧାରାରେ ବିଶ୍ୱ ଟେନିସ ଜଗତର ମହାନ ଖେଳାଳି ବୋରିସ ବେକରଙ୍କୁ କେତେକ ମାମଲାରେ ଅଢେଇ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ଲଣ୍ଡନର ସାଉଥୱାର୍କ କ୍ରାଉନ କୋର୍ଟ ୪ଟି ଅଭିଯୋଗ ଉପରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ ସଜା ଶୁଣାଇବା ସହ ଜୋରିମାନା ବି କରିଛନ୍ତି । ସଂପତ୍ତି ହସ୍ତାନ୍ତର,ଋଣ ସଂପର୍କରେ ତଥ୍ୟ ଲୁଚାଇବା ଓ ସଂପତ୍ତି ସଂପର୍କରେ ତଥ୍ୟ ପ୍ରକାଶ କରିବାରେ ବିଫଳ ହେବା ମାମଲାରେ ତାଙ୍କୁ ଏହି ଦଣ୍ଡ ମିଳିଛି । ବେକର ଜୁନ ୨୦୧୭ରେ ଦେବାଳିଆ ହେବା ପରେ ୯ଜଣ ବ୍ୟକ୍ତିଙ୍କ ନିକଟକୁ ୩୫୬,୦୦୦ ପାଉଣ୍ଡ ଚାଲାଣ କରିଥିଲେ । ଏହି ୯ ଜଣଙ୍କ ମଧ୍ୟରେ ବେକରଙ୍କର ପୂର୍ବତନ ପତ୍ନୀ ଓ ଶାଳୀ ମଧ୍ୟ ଥିଲେ । ଜର୍ମାନୀରେ ଥିବା ଏକ ସଂପତ୍ତି ଘୋଷଣା କରିବାରେ ବିଫଳତା ଏବଂ ଏକ ବୈଷୟିକ ଫାର୍ମରେ ୮୯୫ହଜାର ଡଲାରର ଋଣ ନିବେଶ ଓ ସେୟାର ସଂପର୍କରେ ଲୁଚାଇବା ମାମଳାରେ ମଧ୍ୟ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।

hiranchal ad1
Leave A Reply

Your email address will not be published.

two × five =