ସଂଗୀତଜ୍ଞ ତଥା ଶ୍ରୀଜୀଉସେବକ ସରୋଜ ତ୍ରିପାଠୀଙ୍କ ପରଲୋକ

0 42

ନବରଙ୍ଗପୁର,୩୦/୪: – କୋଷାଗୁମୁଡା ଜଗନ୍ନାଥ ମନ୍ଦିରର ସେବକ ତଥା ମହାନ ଆଧ୍ୟାତ୍ମିକ ବ୍ୟକ୍ତି ସଂଗୀତଜ୍ଞ ସରୋଜ ତ୍ରିପାଠୀଙ୍କର ଗତକାଲି ସନ୍ଧ୍ୟାରେ ହୃଦଘାତରେ ପରଲୋକ ଘଟିଛି । ଶ୍ରୀଜୀଉଙ୍କ ଆଳତି ସେବା ସାରିବା ପରେ ଦେବାଳୟ ମଧ୍ୟରେ ସେ ବିବ୍ରତ ବିଚଳିତ ହୋଇ ପଡିଥିଲେ ଏବଂ ମହାପ୍ରଭୁଙ୍କ ପହୁଡ଼ ସାରିବା ପରେ ମନ୍ଦିରରେ ମୃତ୍ୟୁବରଣ କରିଥିଲେ । ସେ ଦୀର୍ଘ ଦିନ ଧରି ଶ୍ରୀଜଗନ୍ନାଥଙ୍କ ସେବା ପୂଜା ସହ ବିଶ୍ୱ ହିନ୍ଦୁ ପରିଷଦ ସହ ଜଡିତ ହୋଇ ସନାତନ ସଂସ୍କୃତିର ପ୍ରଚାର ପ୍ରସାର କରୁଥିଲେ । ନିକଟସ୍ଥ ଗ୍ରାମମାନଙ୍କରେ ସେ ଅନେକ ଧର୍ମସଭା କରିବାସହ ଲୋକମାନସରେ ଏକ ଅନ୍ତରଙ୍ଗ ମଣିଷ ଭାବେ ସମ୍ମାନନୀୟ ହୋଇ ରହିଥିଲେ । ୨୦୦୦ମସିହାରେ ମନ୍ଦିର ପରିଚାଳକ ଓ ବନବିଭାଗ ମଧ୍ୟରେ ଦ୍ୱନ୍ଦ୍ୱ କାରଣରୁ ରଥଯାତ୍ରା ବନ୍ଦ ହୋଇଯାଇଥିଲାବେଳେ ସେ ବହୁ ଉଦ୍ୟମ ଓ ସହଯୋଗପୂର୍ୱକ ହିନ୍ଦୁ ସଂଗଠନ ଜରିଆରେ ରଥଯାତ୍ରା ଅନୁଷ୍ଠିତ କରାଇଥିଲେ । ସେ ଜଣେ ନିଷ୍ଠାପର ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ତଥା ସଂସ୍କୃତିର ପ୍ରସାରକ ଥିଲେ । ହିନ୍ଦୁସ୍ଥାନୀ, ଶାସ୍ତ୍ରୀୟ ଓଡିଶୀ ଓ କଲ୍ୟାଣ ସଙ୍ଗୀତ ଉପରେ ତାଙ୍କର ଗଭୀର ଜ୍ଞାନ ଥିଲା ଏବଂ ଉଚ୍ଚମାନର ସ୍ୱର ସଂଯୋଜକ ଥିଲେ । ସେ ଅକ୍ଷୟ ମହାନ୍ତି, ରାଖାଲ ମହାନ୍ତି, ଭିକାରୀ ବଳ ଓ ବାଳକୃଷ୍ଣ ଦାଶଙ୍କଠାରୁ ସଂଗୀତ ଶିକ୍ଷା କରିଥିଲେ । ବିଭିନ୍ନ ଯାତ୍ରା ଦଳ, ସଂଗୀତ ଆସର, ନାଟ୍ୟତ୍ସୋବମାନଙ୍କରେ ସେ ପୁରସ୍କୃତ ହୋଇଛନ୍ତି । ତାଙ୍କର ଜ୍ୟେଷ୍ଠ ପୁତ୍ର ସତ୍ୟଜିତ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ବିଶ୍ୱ ହିନ୍ଦୁ ପରିଷଦ ଏହାର ଏକ ମହାନ କାର୍ଯ୍ୟକର୍ତ୍ତାଙ୍କୁ ହରାଇ ବସିଲା ବୋଲି ପ୍ରାନ୍ତ ଧର୍ମ ପ୍ରସାର ପ୍ରଶାସନିକ ପ୍ରମୁଖ ଶ୍ରୀ ସର୍ବେଶ୍ୱର ତ୍ରିପାଠୀ ଗଭୀର ଶୋକ ପ୍ରକାଶ କରିଛନ୍ତି । କୋଡିଙ୍ଗାର ଅତିରିକ୍ତ ତହସିଲଦାର ସବ୍ୟସାଚୀ ଜେନା, ସମାଜସେବୀ ଯୋଗେନ୍ଦ୍ର ସ୍ୱାଇଁ, ସାମ୍ୱାଦିକ ପଦ୍ମଲୋଚନ ପଟ୍ଟନାୟକ, କଳାକାର ଭୁବନାନନ୍ଦ ଜେନା, ବାଦ୍ୟକାର କୈଳାସ ସାମନ୍ତରାୟ, ଚୈତନ୍ୟ ବିଷୋୟୀ, ବାବୁଲା ଦାସ ପ୍ରମୁଖ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି । ଆୟୋଜିତ ଶୋକସଭାରେ ବଜରଙ୍ଗଦଳ ଜିଲ୍ଲା ସଂଯୋଜକ ନବୀନ ପନକା, ନାଟ୍ୟ ନିର୍ଦ୍ଦେଶକ ପ୍ରହ୍ଲାଦ ତ୍ରିପାଠୀ, ସମ୍ବିତ ପାଣି, ଅଶୋକ ସ୍ୱାଇଁ ବହୁ କଳାକାରଗଣ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

fifteen + 8 =