ଜାଲ୍‌ ନୋଟ୍‌ କାରବାର ଅଭିଯୋଗରେ ଜଣେ ଅଟକ, କିଛି ଟଙ୍କା ସହ ପ୍ରିଣ୍ଟର ଜବତ

0 154

ପାଟଣାଗଡ,୩୦/୪: – ଜାଲ୍‌ ନୋଟ୍‌ କାରବାର କରୁଥିବା ଅଭିଯୋଗରେ ପାଟଣାଗଡ଼ ଥାନା ପଣାମୁଣ୍ଡା ଗାଁରୁ ଜଣକୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ୍‌ । ଅଟକ ଅଭିଯୁକ୍ତ ହେଲେ ଡୁମେରପଦର ଗାଁର ରୋହିତ ଦାସ । ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୯ ଘଣ୍ଟା ସମୟରେ ରୋହିତ ଦାସ ପଣ୍ଡା ମୁଣ୍ଡାଗ୍ରାମର ହରିପ୍ରସାଦ ସାହୁ ଓ ଦୀପକ କିରାଣା ଦୋକାନ ରୁ କିଛି ସଉଦା କିଣି ଦୋକାନୀଙ୍କୁ ଟଙ୍କା ଦେଇଥିଲେ । ହେଲେ ଦୀପକ କିରାଣା ଦୋକାନୀ ଜଣଙ୍କ ଜାଲ୍‌ନୋଟ୍‌ ବୋଲି ଜାଣିପାରିନଥିବାବେଳେ ହରିପ୍ରସାଦ ସାହୁ ଜାଲ୍‌ନୋଟ ବୋଲି ଜାଣିବା ପରେ ସ୍ଥାନୀୟ ଲୋକେ ରୋହିତ ଦାସକୁ କାବୁ କରିଥିଲେ । ପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେହିଠାରେ ସେ ଜାଲ ନୋଟ ଛାପୁଥିବା ନେଇ ପୋଲିସ୍‌ ପାଖରେ ରୋହିତ ଦାସ୍‌ ସ୍ୱୀକାର କରିଥିଲା । ଗତକାଲି ୨ ଶହ ଟଙ୍କିଆ ନୋଟ୍‌ ୪ ଟା ମୋଟ ୮ ଶହ ଟଙ୍କା ଓ ଆଜି ୫ ଟଙ୍କିଆ ୬ ମୋଟ ୩ ହଜାର ଟଙ୍କା ଜାଲ ନୋଟ୍‌ ତିଆରିଥିବା ରୋହିତ ଦାସ୍‌ ପୋଲିସ ଆଗରେ ପ୍ରକାଶ କରିଥିବା ଜଣାପଡିଛି । ତେଣୁ ପୋଲିସ୍‌ ଏ ନେଇ ଖୋଳତାଡ କରୁଥିଲା । ତେବେ ଏହି ଜାଲ୍‌ ନୋଟ୍‌ କାରବାର ରାଜ୍ୟ ବାହାରକୁ ମଧ୍ୟ ଲମ୍ବିଥିବା କଥା ପୋଲିସ କହିଛିି । ଅଭିଯୁକ୍ତ ରୋହିତ ଦାସ୍‌ ସହ ଆଉ କିଏ ଏହି ଜାଲ୍‌ ନୋଟ୍‌ କାରବାରରେ ସାମିଲ ଅଛନ୍ତି, ସେ ନେଇ ଅଧିକ ଖୋଳତାଡ ଜାରି ରହିଥିବା ପୋଲିସ୍‌ ସୂଚନା ଦେଇଛି । ଏନେଇ କାହାରି ପ୍ରତିକ୍ରିୟା ମିଳିପାରିନାହିଁ ।

hiranchal ad1
Leave A Reply

Your email address will not be published.

11 − 6 =