ଉଠାଜଳସେଚନର ଗଭୀର ନଳକୂପ ଖନନ ହେବ କେବେ ?

0 61

ସୋନପୁର,୩୦/୪- ଶିଳ୍ପବିହୀନ ସୁବର୍ଣ୍ଣପୁର ଜିଲ୍ଲାର ସତୁରୀ ଭାଗ ଲୋକ ଚାଷ ଉପରେ ନିର୍ଭରଶୀଳ । ଅନ୍ୟପକ୍ଷରେ ଚାଷଜମିକୁ ଜଳସେଚନ ପାଇଁ ଅଗ୍ରାଧିକାର ଦେଉଥିବା ସରକାର କହୁଛନ୍ତି । କିନ୍ତୁ ଜିଲ୍ଲାରେ ଉଠାଜଳସେଚନ ବିଭାଗ ତରଫରୁ ଚାଷ ଜମି ଗଭୀର ନଳକୂପ ଖନନ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତ ୨୦୨୦ -୨୧ ମସିହା ଜିଲ୍ଲାର ପ୍ରାୟ ୩୦୦୦ ଚାଷୀ ଉଠାଜଳସେଚନ ବିଭାଗର ନଳକୂପ ନେଇ ସାଧାରଣ ବର୍ଗ ହିତାଧିକାରୀ ୨୦ ହଜାର ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ଚାଷୀ ୧୦ ହଜାର ଟଙ୍କା ନିଜର ଅଂଶଧନ ବ୍ୟାଙ୍କରେ ପୈଠ କରି ଅନଲାଇନରେ ପଞ୍ଜିକରଣ କରିଛନ୍ତି । ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଏହାର ପ୍ରକିୟା ଆରମ୍ଭ ହୋଇପାରିନାହିଁ । ୨୦୧୭ ମସିହା ପରେ ଉଠା ଜଳସେଚନ ବିଭାଗ ତରଫରୁ ସୁବର୍ଣ୍ଣପୁର ଜିଲ୍ଲାରେ ଅନଲାଇନରେ ନଳକୂପ କରିବାପାଇଁ ସୁବିଧା ମିଳିଛି । ଯାହା ଜିଲ୍ଲାର ଚାଷୀ ଆବେଦନ କରିଛନ୍ତି । ଉଠାଜଳସେଚନ ନିଗମର ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଏହାର ଟେଣ୍ଡର ବାହାର କରି ଏଜେନ୍ସିକୁ କାର୍ଯ୍ୟାଦେଶ ଦେବାପରେ ଗଭୀର ନଳକୂପ ଖନନ ଓ ପ୍ରକଳ୍ପ ବିଦ୍ୟୁତ ସଂଯୋଗ କାମରେ ହେବା କଥା । ଜିଲ୍ଲାରେ ଚାଷୀ ଜିଲ୍ଲା ଉଠା ଜଳସେଚନ ଆସି ହଇରାଣ ହେଉଛନ୍ତି । କିନ୍ତୁ ଫଳପ୍ରଦ ହେଉନାହିଁ । ଏ ସମ୍ପର୍କରେ ଜିଲ୍ଲା ଉଠାଜଳସେଚନ ବିଭାଗରୁ ଜଣାପଡିଛି ଯେ ନିଗମର ମୁଖ୍ୟ କାର୍ଯ୍ୟାଳୟ ଟେଣ୍ଡର କରୁଛି । କାର୍ଯ୍ୟାଦେଶ ପ୍ରଦାନ ପରେ ଅନୁମତି ମିଳିଲେ କାମ ଆରମ୍ଭ ହେବ । ଚାଷ ଓ ଚାଷୀପରି ସମ୍ବେଦନଶୀଳ କ୍ଷେତ୍ରର ବିକାଶ ପାଇଁ ଜିଲ୍ଲାରେ ଉଠା ଜଳସେଚନ ବିଭାଗର ଗଭୀର ନଳକୂପ ଖୋଲିବା ପ୍ରକିୟା ତ୍ୱରାନ୍ୱିତ କରିବାପାଇଁ ରାଜ୍ୟ ସରକାର ଓ ଜିଲ୍ଲାପାଳ ଦୃଷ୍ଟି ଦେଇ ଠୋସ ପଦକ୍ଷେପ ନେବାକୁ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

13 + thirteen =