ନୀତି ରୀତିରେ ସୀମିତ ରହିଵ ଦଶପଲ୍ଲା ଲଙ୍କାପୋଡି ଯାତ୍ରା

0 135

ମହାବୀରକ୍ଷେତ୍ର , ଦଶପଲ୍ଲା ଲଙ୍କାପୋଡି ଯାତ୍ରା ୧୮୦୨ ମସିହାରୁ ଆରମ୍ଭ ଓ ଓଡ଼ିଶାର ସର୍ବପ୍ରାଚୀନ ମୁକ୍ତ ତଥା ବିସ୍ତୃତ ମଞ୍ଚ ରାମଲୀଳା ଯାତ୍ରା। ଏହା ଶ୍ରୀରାମ ନବମୀ ଠାରୁ ଆରମ୍ଭ ହୁଏ ଓ ପ୍ରାୟ ୧୪ ଦିନ ପର୍ଯ୍ୟନ୍ତ ଚାଲେ। ଚଳିତ ବର୍ଷ ଏହା ଆଗାମୀ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସୂଚିଭୁକ୍ତ  ଥିଲା। ମାତ୍ର ସାରା ବିଶ୍ୱରେ କରୋନା ମହାମାରୀର ଆତଙ୍କ ଦୃଷ୍ଟିରୁ ସରକାରଙ୍କ ନୀତି ନିୟମକୁ ସମ୍ନାନ ଦେଇ ଏ ଯାତ୍ରାକୁ କେବଳ ନୀତି ରୀତିରେ ସୀମିତ ରଖିବାକୁ ସ୍ଥିର କରାଯାଇ ଅଛି। ଏଠାକାର ପରମ୍ପରା ଅନୁଯାୟୀ ଶ୍ରୀରାମ ନବମୀ ଠାରୁ ଦିନବେଳେ ମନ୍ଦିରରେ ଯାହା ନୀତି ପାଳନ କରାଯାଏ ରାତ୍ରୀରେ ମଞ୍ଚରେ ତାହା ଅଭିନୟ କରାଯାଏ। ପରନ୍ତୁ ଚଳିତ ବର୍ଷ ଏହା କେବଳ ଦେଵନୀତି ଓ ପୁରାଣ ପାଠ ମଧ୍ୟରେ ସୀମିତ ରହିବ।ମୁଖ୍ୟମଞ୍ଚ, ଚିତ୍ରକୂଟ ମଞ୍ଚ, ସୁବଳୟା ମଞ୍ଚ ଓ ସବରପୁରୀ ମଞ୍ଚ ଅଭିନୟ କରାଯିବ ନାହିଁ।                     ବିଧି ଅନୁଯାୟୀ ସୀତାହରଣ ଦିନ ରାବଣ ଓ ପୁଷ୍ପକ ବିମାନ ଗଢ଼ାଯାଇ ପୂଜାର୍ଚ୍ଚନା ହୁଏ। ମାତ୍ର ଚଳିତ ବର୍ଷ କେବଳ ରାବଣର ମୁଣ୍ଡକୁ ପୂଜାର୍ଚ୍ଚନା କରାଯାଇ ପଣାଲାଗି ହେବ।ଠିକ ସେପରି ରାବଣ ଵଧ ଓ ଶ୍ରୀରାମଙ୍କ ରାଜ୍ୟ ଅଭିଷେକ ମନ୍ଦିର ଭିତରେ ସୀମିତ ରହିବ।      ଅଞ୍ଚଳର, ରାଜ୍ୟର, ଦେଶର ମଙ୍ଗଳ ଉଦ୍ଦେଶ୍ୟରେ ଏବଂ ଏହି ମହାମାରୀ ପ୍ରକୋପରୁ ରକ୍ଷା ନିମନ୍ତେ ଶ୍ରୀ ଶ୍ରୀ ରଘୁନାଥ ଓ ଶ୍ରୀଶ୍ରୀ ମହାବୀରଙ୍କ ପାଖରେ ପୂଜାର୍ଚ୍ଚନା ଓ ଅଖଣ୍ତ ଦ୍ବୀପ ପ୍ରଜ୍ଵଳନ ହେବ।

hiring

hiranchal ad1
Leave A Reply

Your email address will not be published.

5 − four =