କରୋନା : ବିଲେଇ ଓ କୁକୁର ମାଂସ ଉପରେ କଟକଣା

0 99

ବେଜିଂ : ଚୀନରେ ପ୍ରଥମେ କରୋନା ଭାଇରସ ସୃଷ୍ଟି ହୋଇଥିଲା । ହୁବେଇ ପ୍ରଦେଶର ୟୁହାନ୍ ସହରରେ ଥିବା ଏକ ଆମିଷ ବଜାରରୁ ଏହି ଭାଇରସ ବ୍ୟାପିଥିଲା । ଏହାପରେ ଆମିଷ ବଜାରକୁ ବନ୍ଦ କରିଦିଆଯାଇଥିଲା । ମାଂସ ଖାଇବା ଉପରେ ଚୀନରେ କଟକଣା ଲଗାଯାଇଛି । ତେବେ ବର୍ତ୍ତମାନ ଯେଉଁ ଖବରକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି ତାହା ହେଉଛି ବିଲେଇ ଓ କୁକୁର ମାଂସ ଖାଇବା ଉପରେ କଟକଣା । ଚୀନର କେତେକ ସହରରେ ଏହି ଜୀବଜନ୍ତୁଙ୍କ ମାଂସ ଉପରେ ସରକାର କଟକଣା ଲାଗୁ କରିଛନ୍ତି । ତାହା ସହ ସାପ ମାଂସ ଖାଇବା ଉପରେ ମଧ୍ୟ ପ୍ରତିବଦ୍ଧକ ଲଗାଯାଇଛି । ଏଥିପାଇଁ ସରକାର ଏକ ନୂଆ ଆଇନ ତିଆରି କରିଛନ୍ତି । ଗତ କିଛି ବର୍ଷ ଧରି ପଶୁ ସୁରକ୍ଷା ସଂଗଠନଗୁଡିକ ପଶୁମାନଙ୍କ ମାଂସ ଖାଇବା ଉପରେ କଟକଣା ଲଗାଇବା ପାଇଁ ଚୀନ୍ ସରକାରଙ୍କ ନିକଟରେ ଦାବି କରିଆସୁଥିଲେ । କିନ୍ତୁ ସରକାର ତାହାକୁ ପ୍ରଥମେ କର୍ଣ୍ଣପାତ କରିନଥିଲେ ମଧ୍ୟ କରୋନା ଭାଇରସର ଭୟାବହତାକୁ ଦେଖି ଏବେ ଗୁରୁତ୍ୱ ଦେଇ ନୂଆ ଆଇନ ତିଆରି କରିଛନ୍ତି । ଏହି ନିୟମ ଚଳିତ ବର୍ଷ ମେ ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । କେବଳ ବିଲେଇ, କୁକୁର ନୁହଁନ୍ତି ବେଙ୍ଗ, କଇଁଛ ଭଳି ଜୀବଜନ୍ତୁଙ୍କ ମାଂସ ଖାଇବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି ।

hiranchal ad1
Leave A Reply

Your email address will not be published.

20 − seventeen =