ଆଇଚର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

0 320

ଦଶପଲ୍ଲା: ଗତକାଲି ରାତି ପ୍ରାୟ ସାଢେ ୯ଟା ସମୟରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ସ୍ଥାନୀୟ ରଙ୍ଗମାଟିଆ ନିକଟସ୍ଥ ଟୋଲ୍‌ଗେଟ୍‌ ନିକଟରେ ଆଇଚର୍‌ ଗାଡି ଏବଂ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ରଙ୍ଗମାଟିଆ (ଉପରସାହି) ଗ୍ରାମର ରାଜା ଜାନୀ ( ୨୦ ) ଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ଥିବା କୁଟିବାରୀ ଗ୍ରାମର ମାନସ ଜାନୀଙ୍କ ନୟାଗଡ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ, ରାଜା ଓ ମାନସ ଦଶପଲ୍ଲାରୁ କାମସାରି ନିଜ ଗ୍ରାମକୁ ଫେରୁଥିଲେ । ଘର ଆଉ ଅଳ୍ପ ଦୂର ରହିଥିବା ବେଳେ ଦଶପଲ୍ଲା ଅଭିମୁଖେ ଆସୁଥିବା ( ଓଡି ୧୭ ଡବ୍ଲ୍ୟୁ ୪୦୫୮ ) ଆଇଚର ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରୁ ଗାଡି ଛାଡି ଡ୍ରାଇଭର ଖସି ପଳାଇଛି । ପୁଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ତଦନ୍ତ ଚଳାଉଛି ।

hiranchal ad1
Leave A Reply

Your email address will not be published.

2 × three =