କରୋନା ମୁକାବିଲା : ସହାୟତାର ହାତ ବଢାଇଲା ବସ୍ତିସୁରକ୍ଷା ସଂଘ

0 105

ପାରାଦ୍ୱୀପ : ପାରାଦ୍ୱୀପ ବୃନ୍ଦାବନ କଲୋନୀ ବସ୍ତିସୁରକ୍ଷା ସଂଘ ତରଫରୁ ସଂଘ ସଭାପତି ସୁଶୀଲ ମହାପାତ୍ର ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠିକୁ ୨୦ହଜାର ଟଙ୍କା ପ୍ରଦାନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ କାହ୍ନୁଚରଣ ଧୀରଙ୍କୁ ପୌରପରିଷଦର ନିର୍ବାହୀ ଅଧିକାରୀ ଦିଲ୍ଲିପ କୁମାର ମହାନ୍ତି ଏବଂ ଅଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଉପସ୍ଥିତିରେ ଏହି ଅର୍ଥରାଶି ଡିଡି ମାଧ୍ୟମରେ ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବସ୍ତିସଂଘର ଉପସଭାପତି ଜିତେନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ମହେଶ୍ୱର ସାହୁ, ସଦସ୍ୟ ସ୍ନତୋଷ ଭୋଳ, ଦିଲ୍ଲିପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

15 + seventeen =