ହୀରାଞ୍ଚଳ ପ୍ରଭାବ : ଲଳିତାଙ୍କ ଗୋଡରେ ହେଲା ଅସ୍ତ୍ରୋପଚାର

0 1,511

ବୌଦ୍ଧ : ବୌଦ୍ଧ ବ୍ଲକ ବଢିଗାଁ ଗ୍ରାମ ପଞ୍ଚାୟତର ବଲାସିଙ୍ଗା ଗ୍ରାମରେ ଅସହାୟ ଅବସ୍ଥାରେ ଥିବା ବୃଦ୍ଧ ଦମ୍ପତ୍ତି ବେଣୁଧର ନାଏକ ଓ ଲଳିତା ନାଏକଙ୍କ ସଂପର୍କରେ ଦୈନିକ “ହୀରାଞ୍ଚଳ’ରେ ଖବର ପ୍ରକାଶ ପାଇଥିଲା । ପ୍ରଥମ ପର୍ଯ୍ୟାୟରେ ଉକ୍ତ ଅସହାୟ ଦମ୍ପତ୍ତିଙ୍କୁ ସାମାଜିକ ନିରାପତ୍ତା ଯୋଜନାରେ ହିତାଧିକାରୀ କରାଇବାକୁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା । ବୃଦ୍ଧା ଲଳିତା ନାଏକଙ୍କ ୪ବର୍ଷ ତଳେ ଏକ ଦୁର୍ଘଟଣାରେ ଡାହାଣ ଗୋଡ ଭାଙ୍ଗି ଯାଇଥିଲା । ଗୋଡରୁ ଲୁହାରଡ ଲଗାଇ ବୁର୍ଲା ଡାକ୍ତରଖାନାରୁ ଫେରିବା ପରେ ମଧ୍ୟ ଅର୍ଥାଭାବରୁ ଗୋଡରୁ ଲୁହାରଡ ବୁର୍ଲା ଭିମସାରକୁ ଯାଇ ଖୋଲି ପାରିନଥିଲେ ।

hiring


“ହୀରାଞ୍ଚଳ’ରେ ତାଙ୍କର ଅଭାବ, ଅସୁବିଧା ଓ ଅନାଟନାକୁ ନେଇ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ଏକ ବଲେରୋ ଯୋଗେ ଲଳିତାଙ୍କୁ ବୌଦ୍ଧ ଜିଲ୍ଲା ସଦର ଡାକ୍ତରଖାନାକୁ ଅଣାଯାଇଥିଲା । ଆଜି ଡାକ୍ତରମାନେ ଲଳିତାଙ୍କ ଅସ୍ତ୍ରୋପଚାର କରି ଲୁହାଛଡ ଗୋଡରୁ କାଢିଛନ୍ତି ଓ ତାଙ୍କୁ ଡାକ୍ତରଖାନାରେ ରଖାଯାଇଛି । ଜିଲ୍ଲା ପ୍ରଶାସନର ଏଭଳି ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯିବା ସହ ଜନସାଧାରଣରେ ଲଳିତାଙ୍କ ଆଶୁ ଆରୋଗ୍ୟ କାମନା କରାଯାଉଛି ।

hiranchal ad1
Leave A Reply

Your email address will not be published.

thirteen + 1 =