ସବୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ : ଲକଡାଉନକୁ କଡାକଡି ଭାବେ ପାଳନ କର

0 101

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ମାମଲା ବଢୁଥିବାରୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି । ଲକଡାଉନକୁ ଆହୁରି କଡାକଡି ଭାବେ ପାଳନ କରିବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଆଜି ନିର୍ଦ୍ଦେଶ ଦେଇଛନ୍ତି । ଏ ସଂପର୍କରେ ସବୁ ରାଜ୍ୟର ସରକାରଙ୍କ ନିକଟକୁ କେନ୍ଦ୍ର ଚିଠି ଲେଖିଛି । ଚିଠିରେ କୁହାଯାଇଛି ଯେ, କେନ୍ଦ୍ର ଦ୍ୱାରା ସାରା ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଲାଗୁ କରାଯାଇଛି । ତାହାକୁ ସଂପୂର୍ଣ୍ଣ ଭାବରେ ପାଳନ କରାଯିବା ଆବଶ୍ୟକ । ରାଜ୍ୟ ସରକାରମାନେ ସେମାନଙ୍କ ଇଚ୍ଛା ଅନୁସାରେ ଲକଡାଉନ ଗାଇଡଲାଇନରେ କୌଣସି ପରିବର୍ତ୍ତନ କରିପାରିବେନାହିଁ କିମ୍ବା କୋହଳ ମଧ୍ୟ କରିପାରିବେ ନାହିଁ । କେତେକ ରାଜ୍ୟରେ ସରକାର ନିୟମକୁ ଠିକ୍ ଭାବରେ କାର୍ଯ୍ୟକାରୀ କରୁନଥିବା ଜଣାପଡିଛି । ତେଣୁ ସେମାନଙ୍କୁ ତାଗିଦ୍ କରାଯାଉଛି । ସେମାନେ ଗାଇଡଲାଇନକୁ କଡାକଡି ଭାବେ କାର୍ଯ୍ୟକାରୀ କରନ୍ତୁ । ଯେଉଁ ରାଜ୍ୟ ଏ କ୍ଷେତ୍ରରେ ଅବହେଳା କରିବେ ତାହାକୁ କେନ୍ଦ୍ର ସରକାର ଗୁରୁତ୍ୱର ସହ ବିଚାରକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ଯେଉଁ ଅଂଚଳରେ ଲୋକମାନେ ବାରମ୍ବାର କହିବା ସତ୍ତେ୍ୱ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଦେଶରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୬୨ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୫୪୩କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ର ଓ ଦିଲ୍ଲୀରେ ପରିସ୍ଥିତି ପୂର୍ବଭଳି ଗମ୍ଭୀର ରହିଛି । ମହାରାଷ୍ଟ୍ର ପରିସ୍ଥିତି ନେଇ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିଛନ୍ତି ।

hiranchal ad1
Leave A Reply

Your email address will not be published.

one × one =